ପରଲୋକରେ ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର

0

ହିମାଚଳପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ । ୮୭ ବର୍ଷ ବୟସରେ ଆଖି ବୁଜିଲେ ବୀରଭଦ୍ର ସିଂହ । ସେ କରୋନାରେ ସଂକ୍ରମିତ ହେବା ପରେ ସିମ୍‌ଲାସ୍ଥିତ ଆଇଜିଏମସିରେ ଚିକିତ୍ସିତ ହେଉଥିଲେ । ସୂଚନା ମୁତାବିକ, ବୀରଭଦ୍ର ପ୍ରାୟ ୨ ମାସ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଗତ ୨ ସପ୍ତାହ ହେବ ସେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିଲେ । ଏହାପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲ ଆଜି ଭୋର ୩ଟା ୪୦ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ବୀରଭଦ୍ର ସିଂହ ଛଅ ଥର ହିମାଚଳର ମୁଖ୍ୟମନ୍ତ୍ରୀ ଥିଲେ। ୟୁପିଏ ସରକାରରେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଥିଲେ। ସେ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ପରିଚାଳନା କରିଥିଲେ। ଏହା ବ୍ୟତୀତ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ମନ୍ତ୍ରଣାଳୟ ମଧ୍ୟ ରହିଥିଲେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More