ପଖାଳ ଖାଇବା ଦିନକୁ ମନେ ପକାଇଲେ ନବୀନ…

0

ମାର୍ଚ୍ଚ ୨୦ ତାରିଖ ପଖାଳ ଦିବସ I ଓଡ଼ିଆଙ୍କର ଏହି ପ୍ରିୟ ଖାଦ୍ୟ ଓଡିଶା ଆସୁଥିବା ପ୍ରତେକ ବ୍ୟକ୍ତିଙ୍କୁ ଆକର୍ଷିତ କରେ I ପଖାଳ ଦୀମୁଠେ ସହ ଟିକେ ତୋରାଣି ପିଇଦେଲେ ଆତ୍ମାକୁ ଶାନ୍ତି ମିଳେ i ଖରାଦିନେ ତ ପଖାଳ ସମସ୍ତଙ୍କର ଅତି ପ୍ରିୟ ଖାଦ୍ୟ I ପ୍ରତେକ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ତାଲିକାରେ ଏକନମ୍ବର ସ୍ଥାନରେ ରହିବ ପଖାଳ ଭାତ , ଆଳୁ ଚକଟା , ପିଆଜ , ଆଉ ଶାଗ ଭଜା I ଖାସ ସେଥିପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ଏହି ଦିବସକୁ ପାଳନ କରାଯାଏ I ସେ ସାଧାରଣ ଗରିବ ଖଟିଖିଆ ଲୋକଟିଏ ହଉ ଅବା ମୁଖ୍ୟମନ୍ତ୍ରୀ I ଆଜିର ଦିନକୁ କେହି ଭୁଲାନ୍ତି ନାହିଁ ପଖାଳ ଗଣ୍ଡିଏ ଖାଇବା ପାଇଁ I ପଖାଳ ଦିବସରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ , ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡ଼ି.ଦେବଗୋୖଡ , ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀ ଓ କେନ୍ଦ୍ରୀୟ ସିପିଆଇ ନେତା ସୀତାରାମ ୟୋଚରୀଙ୍କ ସହ ୨୦୧୮ ମସିହାରେ ନବୀନ ଖାଇଥିବା ପଖାଳ ଖାଇଥିଲେ I ଆଜିର ଦିବସରେ ଏହି ସ୍ମୃତିକୁ ସୋସିଆଲ ମିଡିଆରେ ଏହି ପଖାଳ ଖାଇବାର ଫଟକୁ ଅପଲୋଡ଼ କରିଛନ୍ତି ନବୀନ I ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More