ନିୟମ ପାଇଁ ଦୁଇଦିନ ପ୍ରଶିକ୍ଷଣ ନେବେ ବିଧାୟକ …

0

ଭୁବନେଶ୍ୱର : ବିଧାନସଭାରେ ଜଣେ ବିଧାୟକଙ୍କ ଭୂମିକ କଣ । କିପରି ସେ ନିଜ ଅଂଚଳର ସମସ୍ୟାକୁ ଗୃହରେ ଉଠାଇବ । କଣ କଲେ ନିଜ ଅଂଚଳର ସମସ୍ୟା ଫୋକସ ହେବ । ଗୃହରେ ନିଜ ଦଳକୁ କିପରି ବଳ ଦେବେ ଜଣେ ବିଧାୟକ । ବରିଷ୍ଠ ବିଧାୟକଙ୍କଙ୍କ ସହ କେମିତି ବ୍ୟବହାର କରିବେ । ବାଚସ୍ପତି ଓ ଗୃହର ନିୟମ ନେଇ କିପରି ଚଳିବେ । ଏସବୁ କଥା ନବ ନିର୍ବାଚିତ ବିଧାୟକମାନଙ୍କୁ ଜଣାଇବା ପାଇଁ ଦୁଇଦିନ ଧରି ବିଧାନସଭାରେ ହେବ ପ୍ରଶିକ୍ଷଣ ଶିବିର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବେ ।

ଏଥିରେ ବିଧାୟକମାନେ ବିଧାନସଭାର ବ୍ୟବସ୍ଥା ଓ ସେମାନଙ୍କ ଭୂମିକା କଣ ଉପରେ ସୁଚନା ପାଇବା ସହ ସେମାନଙ୍କ ମନରେ ଥିବା ପ୍ରଶ୍ନର ଉତ୍ତର ମଧ୍ୟ ପାଇବେ । ୨୦୧୯ ସାଧାରଣ ନିର୍ବାଚନରେ ବିଧାନସଭାକୁ ଶାସକ ଓ ବିଧାୟକ ନିର୍ବାଚିତ ହୋଇଆସିଛନ୍ତି । ପ୍ରଥମଥର କରି ବିଧାନସଭାରକୁ ଏତେ ସଂଖ୍ୟକ ନୂଆ ବିଧାୟକ ନିର୍ବାଚିତ ହୋଇଆସିଥିବାର ଏହି ପ୍ରଥମର ଥର ବିଧାୟକମାନଙ୍କୁ ଦିଆଯିବ ଟ୍ରେଂନି । ଚଳିତ ବର୍ଷ ୫୯ ପ୍ରଥମଥର ଲାଗି ବିଧାୟକ ହୋଇ ନିର୍ବାଚିତ ହୋଇଆସିଛନ୍ତି । ତେଣୁ ବିଧାନସଭାର କାର୍ଯ୍ୟ ଓ କାର୍ଯ୍ୟ ପରିଚାଳନା ନିୟମାବଳୀ ବିଷୟରେ ସେମାନେ ଜାଣିନାହାନ୍ତି । ଏହି ବିଧାୟକମାନଙ୍କୁ ବିଧାନସଭାର ବ୍ୟବସ୍ଥା ଓ କାର୍ଯ୍ୟ ପରିଚାଳନା ନିୟମାବଳୀ ଏବଂ ଟେକ୍ନୋଲୋଜିର ଉପଯୋଗ ଆଦି ପ୍ରସଙ୍ଗରେ ବିଧାୟକମାନଙ୍କୁ ଅବଗତ କରାଯିବ । ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More