ନାତୁଣୀଙ୍କୁ ଜେଜେର ଦୁଷ୍କର୍ମ : ପୁରୀ ସଦର ଥାନାରେ ମାମଲା

0

ଜେଜେ ସାଜିଲା କାମୁକ । ୪ବର୍ଷଧରି ନାତୁଣୀକୁ ବାରମ୍ବାର କଲା ଦୁଷ୍କର୍ମ  । ନାତୁଣୀ ଗର୍ଭବତୀ ହେବା ପରେ ବି ଜେଜେର ଚେତା ପଶିଲାନି । କାମୁକ ଜେଜେ ବି ନିଜ ପାଶବିକତା ଜାରି ରଖିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ନାବାଳିକା ବାପା ଏନେଇ ପୁରା ଚୁପ୍ । ଜେଜେର ପାଶବିକ ଅତ୍ୟାଚାର ସହି ନପାରି ଶେଷରେ ଜେଜେ ବିରୋଧରେ ଦୁଷ୍ମର୍ମର ଅଭିଯୋଗ ଆଣିଲା ନାତୁଣୀ । ପୁରୀ ସଦର ଥାନାରେ ଏପରି ଅଭିଯୋଗ ହେବାପରେ ପୁଣି ଚର୍ଚ୍ଚାରେ ପୁରୀ । ନାତୁଣୀର ଅଭିଯୋଗକୁ ଅଧାରକରି ପୋଲିସ ମାମଲା ରୁଜୁ କରିବା ସହ ନାବାଳିକାର ଡ଼ାକ୍ତରୀମାଇନା କରାଇଛି । ୨୦୧୩ ମସିହାରେ ନାତୁଣୀ ଫୁଲ ତୋଳିବାକୁ ଯାଇଥିବା ବେଳେ ତାଙ୍କ ସମ୍ପର୍କୀୟ ଜେଜେ ଟେକିନେଇ ତା’କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ଏ କଥା କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ କାମୁକ ଯେଜେ । ପୋଲିସ ବର୍ତ୍ତମାନ ଜେଜେକୁ ଥାନାକୁ ଡ଼ାକି ପଚରାଉଚାରା କରୁଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More