ନବୀନ ଉପରେ ବର୍ଷା, ବିଜୁଙ୍କ ଜୀବନ ଫିଲ୍ମୀରେ ଅନୁଭବ

0


ନିମକି ଓଡ଼ିଆ ଫିଲ୍ମୀରେ ନବୀନ ଜୀବନ ଶୈଳୀ ଓ ସରକାର ଉପରେ ଅଭିନେତ୍ରୀ ବର୍ଷା ପ୍ରିୟଦଶର୍ନୀଙ୍କ ଫିଲ୍ମ ଆସୁଛି । ଆଉ କିଛି ଦିନ ପରେ ଏହି ଫିଲ୍ମ ମୁକ୍ତିଳାଭ କରିବ । ଆଉ ଏବେ ସାଂସଦ ଅନୁଭାବ ମହାନ୍ତି ବିଜୁଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଏକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି। ବିଜୁବାବୁଙ୍କ ଭୂମିକାରେ ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ଅଭିନୟ କରିବେ। କଟକ ଆନନ୍ଦ ଭବନ ସମ୍ମୁଖ ଖ୍ରୀଷ୍ଟିଆନ୍ ପଡ଼ିଆରେ ହଜାରହଜାର ସମର୍ଥକଙ୍କ ଗ୍ରହଣରେ ସାଂସଦ ଅନୁଭବ ମହାନ୍ତି ଏହି ଘୋଷଣା କରିଛନ୍ତି । ଏଥିଲାଗି ସିନେମାର ପ୍ରଥମ ପୋଷ୍ଟର ଲୋକାର୍ପଣ ହୋଇଛି। ଏହି ଚଳଚ୍ଚିତ୍ରର ନାମ ରଖାଯାଇଛି ‘ବିଜୁବାବୁ’। ଡଃ ନୀଳମାଧବ ପଣ୍ଡା, ଅକ୍ଷୟ ପରିଜା ଓ ପ୍ରଶାନ୍ତ ବେହେରାଙ୍କ ଦ୍ୱାରା ପ୍ରଯୋଜିତ ଏହି ଫିଲ୍ମ ଏପ୍ରିଲ ୧ ସୁଦ୍ଧା ମୁକ୍ତି ଲାଭ କରିବାର ଯୋଜନା ରହିଛି । ଅନୁଭବ ପୋଷ୍ଟର ଲୋକାର୍ପଣ କରିବା ପରେ ଆନନ୍ଦଭବନ ଯାଇ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାପର୍ଣ କରିବା ସହ ବିଜୁ ବାବୁଙ୍କ ବ୍ୟବହୃତ ସାମଗ୍ରୀ ଓ ଫଟୋଚିତ୍ର ବୁଲି ଦେଖିଥିଲେ। ଏହି ଚଳଚ୍ଚିତ୍ର ଓଡ଼ିଆ ସିନେମା ଜଗତର ମାଇଲଖୁଣ୍ଟ ହେବ ଏବଂ ନୂତନ ଓଡ଼ିଶାର ନିର୍ମାତା ବିଜୁବାବୁଙ୍କ ନାମରେ ହେଉଥିବା ଚଳଚ୍ଚିତ୍ରରେ ଅଭିନୟ ସୁଯୋଗ ମିଳିଥିବାରୁ ସେ ଗର୍ବିତ ବୋଲି ଅନୁଭବ କହିଛନ୍ତି। ପ୍ରଯୋଜକ ଅକ୍ଷୟ ପରିଜା ପ୍ରକାଶ କହନ୍ତି “ବିଜୁବାବୁ ହେଉଛନ୍ତି ଓଡ଼ିଶାର ଜଣେ କିମ୍ବଦନ୍ତୀ ପୁରୁଷ। ନିମକି ଓ ବିଜୁବାବୁଙ୍କ ଫିଲ୍ମ ଓଡ଼ିଶା ରାଜନୀତିକୁ ବେଶ ପ୍ରଭାବିତ କରିବ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି । କାରଣ ନବୀନ ଓ ବିଜୁଙ୍କୁ ଓଡ଼ିଶାବାସୀ ବେଶ ଭଲ ପାଆନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More