୨୦୧୬ ନଭେମ୍ବର ୮ତାରିଖ ଦିନ ଭାରତ ଇତିହାସରେ ଏକ ନୂଆ ପୃଷ୍ଠା ଯୋଡିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ତାରିଖରେ ବହୁ ଦିନରୁ ଚାଲିଆସୁଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ସବୁଦିନ ପାଇଁ ଅଚଳ ହୋଇଗଲା । ଏହା ଭିତରେ ବିତିଯାଇଛି ଏକ ବର୍ଷ । ଏହି ଦିନକୁ କଳାଧନ ବିରୋଧି ଦିବସ ଭାବେ ପାଳନ କରିବ ବିଜେପି । ପୁରା ଦେଶରେ ଏହାକୁ ପାଳନ କରାଯିବା । ଏନେଇ ଭୁବନେଶ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ର ପ୍ରଧାନ । ଦେଶରୁ ଦୁର୍ନୀତି ହଟାଇବା ପାଇଁ ମୋଦି ସରକାର ନେଇଥିଲେ ଏକ ସାହସିକ ପଦକ୍ଷେପ । ତା’ସହ ଗତ ସାଢେ ୩ବର୍ଷ ଭିତରେ ଦେଶକୁ ଏକ ଦୁର୍ନୀତିମୁକ୍ତ ଓ ଉତ୍ତରଦାୟୀ ସରକାର ମିଳିଛି। ସ୍ଲୋଗାନ ଦେଲେ ଦୁର୍ନୀତି ହଟିବ ନାହିଁ। ଏଥିପାଇଁ ପଦକ୍ଷେପ ନେଲେ ହିଁ ଦୁର୍ନୀତି ରୋକାଯାଇ ପାରିବ। ଏହାର ଜବାବରେ ବିଜେଡି ମୁଖପାତ୍ର ପ୍ରତାପ ଦେବ। ସେ କହିଛନ୍ତି-“ଆରବିଆଇର କହିବା ଅନୁସାରେ ବିମୁଦ୍ରାକରଣ ଦ୍ୱାରା କ୍ଷତି ହୋଇଛି। ତେଣୁ ବିମୁଦ୍ରାକରଣକୁ ନେଇ ଏତେ ଉଲ୍ଲସିତ ହେବାର କଣ ଅଛି? ଦୁର୍ନୀତି କମିନାହିଁ କି ଦେଶକୁ କଳାଧନ ଫେରିନାହିଁ, ଯାହା ଆଶା କରାଯାଉଥିଲା କିଛି ମିଳିଲାନାହିଁ। ତେଣୁ ବିଜେଡି କଳାଧନ ବିରୋଧୀ ଦିବସରେ ସାମିଲ ନେବାର ନାହିଁ।