ଧର୍ମେନ୍ଦ୍ରଂକ ମନ୍ତବ୍ୟକୁ ନେଇ ବିଜେପିରେ ଝଡ଼ !

0

ମନ୍ତବ୍ୟଂକୁ ନେଇ ପୁଣି ବିବାଦରେ ଛନ୍ଧି ହୋଇ ପଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ।  ଓଡ଼ିଶା ଲିଟେରାରି ଫେଷ୍ଟିଭାଲରେ ନବୀନଂକୁ ପ୍ରଶଂସା କରି ନିଜ ଦଳୀୟ ନେତାଂକ ସମାଲୋଚନାର ଶୀକାର ହୋଇଛନ୍ତି ଖୋଦ ଧର୍ମେନ୍ଦ୍ର  । ନବୀନଂକୁ ସବୁବେଳେ ସମାଲୋଚନା କରୁଥିବା କେନ୍ଦ୍ରମନ୍ତ୍ରୀ କାହିଁକି ଓ କେଉଁ ଉଦେ୍ଦଶ୍ୟରେ ଏପରି ମନ୍ତବ୍ୟ ଦେଇଛନ୍ତି ତାହାକୁ ନେଇ ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର  । ଆଉ ସିଧାସଳଖ ଧର୍ମେନ୍ଦ୍ରଂକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଏହା ଦ୍ୱାରା ତୃଣମୂଳ କର୍ମୀଂକ ମନୋବଳ କଣ ହେବ ତାହା ନେତାଏ ଭାବିବା ଦରକାର  । ମୁଖ୍ୟ ବିରୋଧି କଂଗ୍ରେସ ମଧ୍ୟ ଧର୍ମେନ୍ଦ୍ରଂକ ମନ୍ତବ୍ୟ ନେଇ ବିଜେପିକୁ ସମାଲୋଚନା କରିବାକୁ ପଛାଇନାହିଁ  । ଧର୍ମେନ୍ଦ୍ରଂକ ମନ୍ତବ୍ୟ ରାଜ୍ୟରେ ବିଜେଡ଼ି-ବିଜେପି ମଧ୍ୟରେ ଭିତିରି ବୁଝାମଣା ଚାଲିଥିବା କଥା ପ୍ରମାଣିତ କରିଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର  । ଅନ୍ତରରେ ନବୀନଂକୁ ପ୍ରଶଂସା କରୁଥିବା କେନ୍ଦ୍ରମନ୍ତ୍ରୀ କେବଳ ଲୋକ ଦେଖାଣିଆ ଭାବେ  ସମାଲୋଚନା କରୁଛନ୍ତି ବୋଲି ଶ୍ରୀ ମିଶ୍ର ରୋକଠୋକ  କହିଛନ୍ତି  ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More