ଧନ୍ୟ ଏ ରାଜା, ଧନ୍ୟ ଏ ଦେଶ

0

ଗତକାଲି ଥିଲା ପୁରୀଧାମ ପାଇଁ ଏକ କାଳିମାମୟ ଦିବସ । ପୁରୀଧାମ ହେଉଛି ହିନ୍ଦୁ ଧର୍ମର ଚାରିଧାମ ମଧ୍ୟରୁ ଶ୍ରେଷ୍ଠ ଧାମ । ଏହି ବିଶ୍ୱାସ ଓ ଆବେଗକୁ ନେଇ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଥାନ୍ତି । ସେମାନଙ୍କୁ ଠିକଣା ଭାବରେ ଆତିଥ୍ୟ ଯୋଗାଇବା ହେଉଛି ପୁରୀ ମନ୍ଦିର ପରିଚାଳନା କମିଟିର ପ୍ରଧାନ କର୍ତବ୍ୟ । କିନ୍ତୁ ଦୀର୍ଘ ୨୦ବର୍ଷ ଧରି ଏହି ଅସନ୍ତୋଷ ଭକ୍ତ ଓ ପର୍ଯ୍ୟଟକଙ୍କ ମଧ୍ୟରେ ବଢିବଢି ଚାଲିଛି । ସେଥିରେ ସୁଧାର ଆଣିବାପାଇଁ ରାଜ୍ୟ ସରକାର ବିଭିର୍ଣ୍ଣ ସମୟରେ ବରିଷ୍ଠ ଆଇଏସ ଅଫିସରଙ୍କୁ ମନ୍ଦିର ପରିଚାଳନା କମିଟିର ମୁଖ୍ୟ ହିସାବରେ ରଖି ଆସିଛନ୍ତି । ହେଲେ ଜଗତର ନାଥ ଜଗନ୍ନାଥଙ୍କୁ ନିଜର ଠାକୁର ଭାବରେ ଦାବି କରୁଥିବା କେତେକ ସେବାୟତଙ୍କ ସହ ରାଜ୍ୟ ସରକାରଙ୍କର ସାଲିସ ଆଜି ପୃଥିବୀର କୋଣ ଅନୁକୋଣରୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କୁ କେବଳ ଯେ ମର୍ମାହତ କରିଛି ତାହା ନୁହେଁ, ଓଡିଶା ପ୍ରତି ମଧ୍ୟ ଘୃଣା ଭାବ ସୃଷ୍ଟି କରିଛି । ଭକ୍ତମାନଙ୍କୁ ସୁଚାରୁରୂପେ ଦର୍ଶନ କରାଇବା, ସେମାନଙ୍କୁ ଯଥୋଚିତ ସମ୍ମାନ ଜଣାଇବା ହିଁ ହେଉଛି ଜଗନ୍ନାଥ ସଂସ୍କୃତିର ମୂଳ ଲକ୍ଷ । ଏହାକୁ ସୁଚାରୁରୂପେ କରାଇବାପାଇଁ ରାଜ୍ୟସରକାରଙ୍କର ଅପାରଗତା ଫଳରେ ଭକ୍ତମାନେ ଅତିଷ୍ଠ ହୋଇ ଶେଷରେ ଉଚ୍ଚତମ ନ୍ୟାୟାଳୟର ଆଶ୍ରୟ ନେଇଥିଲେ । ଉଚ୍ଚତମ ନ୍ୟାୟାଳୟ ପୁରୀ ମନ୍ଦିରରେ ସଂସ୍କାର ଆଣିବାପାଇଁ କେତେକ ନିର୍ଦ୍ଧିଷ୍ଟ ପୁସ୍ତକ ରାଜ୍ୟ ସରକାରଙ୍କୁ ଦେଇଥିଲେ । ଏହି ବିଷୟରେ ସମୀକ୍ଷା କରିବାପାଇଁ ଏକ ପ୍ରତିନିଧିଙ୍କୁ ମଧ୍ୟ ଦାୟିତ୍ୱ ଦେଇଥିଲେ । ବିଭିର୍ଣ୍ଣ ନିଯୋଗ ସହିତ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଗତକାଲି ଧାଡି ଦର୍ଶନରେ କଣ ସୁବିଧା ଓ ଅସୁବିଧା ହେବ ତାହା ସମୀକ୍ଷାମୂଳକ ଭାବରେ ଆରମ୍ଭ ହୋଇଥିଲା । ଯଦି ଏଥିରେ ଅସୁବିଧା ହୁଏ ତାହେଲେ ସେଥିରେ ପରିବର୍ତନ କରାଯିବାପାଇଁ ମଧ୍ୟ ବିଭିର୍ଣ୍ଣ ବୈଠକରେ ନିଷ୍ପତ୍ତିମାନ ହୋଇଥିଲା । ଏପରିକି ଆସନ୍ତା ୩ ସପ୍ତାହ ମଧ୍ୟରେ ଉଚ୍ଚନ୍ୟାୟାଳୟ ଦ୍ୱାରା ନିଯୁକ୍ତ ପ୍ରତିନିଧି ପୁନର୍ବାର ଆସି ସମୀକ୍ଷା କରିବାକୁ କହିଥିଲେ ।

ତିନିସପ୍ତାହ ଅପେକ୍ଷା କରାଯାଇ ପାରିଲାନାହିଁ । ଦୁଇ-ଦୁଇଜଣ ବରିଷ୍ଠ ଆଇଏସ ଅଫିସରଙ୍କୁ ସମସ୍ତ କାର୍ଯ୍ୟଧାରାର ତଦାରଖ କରିବାପାଇଁ ନିଯୁକ୍ତି କଲେ । ଶେଷରେ ହେଲା କଣ! ଯେଉଁମାନେ ନବକଳେବର ସମୟରେ ଅଭାବନୀୟ ଘଟଣାମାନ ଭିଆଇଥିଲେ ସେମାନଙ୍କ ପ୍ରତି କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ । କମିଶନରଙ୍କ ରିପୋର୍ଟକୁ ସାର୍ବଜନୀନ ମଧ୍ୟ କରାଗଲାନାହିଁ । ହାଇକୋର୍ଟର ନିର୍ଦେଶମତେ ରଥରେ ଚଢ଼ିବାକୁ ମନା କରାଯାଇଥିଲେ ମଧ୍ୟ ବିଭିର୍ଣ୍ଣ ଉପାୟରେ ହାଇକୋର୍ଟର ନିର୍ଦେଶକୁ ଚ୍ୟାଲେଞ୍ଜ କରି ରଥରେ ଭକ୍ତମାନଙ୍କୁ ଚଢାଗଲା । ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ସର୍ବସାଧାରଣରେ ବେଜିତ କରାଗଲା । ଏହିସବୁ କାହିଁକି ଓ କାହା ସ୍ୱାର୍ଥପାଇଁ ସରକାର ନିରବ ରହି ସାଲିସ କରୁଛନ୍ତି? ଏପରି ଅବସ୍ଥା ପୁରୀରେ ବର୍ତମାନ ହୋଇଛି ଯେ, ଜଗତଗୁରୁ ଶଙ୍କରାଚାର୍ଯ୍ୟ ତଥା ଗଜପତି ମହାରାଜାଙ୍କର ନିଷ୍ପତିକୁ ମଧ୍ୟ ବେଖାତିର କରାଯାଉଛି । ମନ୍ଦିର ଭିତରେ ଅଧିକାଂଶ ସମୟରେ ରକ୍ତ ଛିଟା ଦେଖିବାକୁ ମିଳୁଛି । କାହାରି କାହା ଉପରେ କତୃତ୍ୱ ନାହିଁ । ପୁରୀ ଏକ ଅରାଜକତାର ପେଣ୍ଠସ୍ଥଳୀ ପାଲଟିଛି । ତେଣୁ ସମସ୍ତଙ୍କ ମନରେ ଗୋଟିଏ କଥା “ଧନ୍ୟ ଏ ରାଜା, ଧନ୍ୟ ଏ ଦେଶ” ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More