ଦେଶର ସର୍ବାଧିକ ବିଦ୍ୟୁତ ଚୋରି ୱେସ୍କୋ ୟୁଟିଲିଟୀରେ ହେଉଛି । ଏହି ଚୋରିକୁ ରୋକିବାପାଇଁ ସରକାରଙ୍କ ନୂଆ ପ୍ରିପେଡ଼ ମିଟର ଓ ସ୍ମାର୍ଟ ମିଟର ବସାଇବା କାର୍ଯ୍ୟକ୍ରମକୁ ସ୍ୱାଗତ କରାଯାଉଛି I

0

କେବଳ ଆମ ରାଜ୍ୟର ନୁହେଁ ଦେଶର କହିଲେ ଅତ୍ୟୁକ୍ତି ହେବନାହିଁ, ୱେସ୍କୋ ୟୁଟିଲିଟୀ ଅଧୀନରେ ଥିବା ୧୭ଟି ବିଦ୍ୟୁତ ବିତରଣ ଡିଭିଜନର ବିଦ୍ୟୁତ ଚୋରି ସର୍ବାଧିକ ୭୯ପ୍ରତିଶତ ଅଟେ । ଓଇଆରସି ଦ୍ୱାରା ୨୦୧୪-୧୫, ୨୦୧୫ -୧୬, ୨୦୧୬ -୧୭ ଆର୍ଥିକ ବର୍ଷର ବାର୍ଷିକ ବିଦ୍ୟୁତ ଚୋରି ଓ କ୍ଷତି (ATC LOSS) ମିଶି ବରଗଡ଼ (WO) ଡିଭିଜନର ୭୯%, ସୋନପୁର ଡିଭିଜନର ୭୦%, ଟିଟିଲାଗଡ ଡିଭିଜନର ୬୯%, ବରଗଡ଼ ଡିଭିଜନର ୬୯%, ବଲାଙ୍ଗୀର ଡିଭିଜନର ୬୮%, ନୂଆପଡା ଡିଭିଜନର ୬୬% ଓ ସମ୍ବଲପୁର ଇଷ୍ଟ ଡିଭିଜନର ୬୩% ବିଦ୍ୟୁତ କ୍ଷତି ହେଉଛି । ଏହି ବିଦ୍ୟୁତ କ୍ଷତି ଓ ଚୋରିକୁ ରୋକିବାପାଇଁ ବାରମ୍ବାର ବିଦ୍ୟୁତ ନିୟାମକ ଆୟୋଗଙ୍କ ନିକଟରେ ଦାବି କରାଯାଉଥିଲେ ମଧ୍ୟ ଡିସଟ୍ରିବୁସନ କମ୍ପାନୀମାନେ ସେଥିପ୍ରତି କୌଣସି ଗୁରୁତ୍ୱ ଦେଉନଥିଲେ ।

ଯାହାହେଉ ରାଜ୍ୟସରକାର ପ୍ରଥମ ପର୍ଯ୍ୟାୟରେ ୪ହଜାର ୫ଶହ ପ୍ରିପେଡ଼ ମିଟର ବସାଇବାର ଯେଉଁ ନିଷ୍ପତି ନେଇଛନ୍ତି ଓ ରାଉରକେଲା ଡିଭିଜନ ସହିତ ଅନ୍ୟାନ୍ୟ ଡିଭିଜନରେ ଯେଉଁ ସ୍ମାର୍ଟ ମିଟର ବସାଇବାର ନିଷ୍ପତି ନେଇଛନ୍ତି ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷପ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More