ଭୁବନେଶ୍ୱର : ଦେଶରେ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ଚାଲୁ ରହିଥିବାବେଳେ ଏହା ଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି IT କମ୍ପାନୀମାନେ I ଏ ବିଷୟରେ ନିଜର ମତାମତ ପ୍ରକାଶ କରି ଇନଫୋସିସ ର ମୁଖ୍ୟ ଅପୂର୍ବତ୍ତନ ଆର୍ଥିକ ଅଧିକାରୀ ମୋହନ ଦାସ ପଲ କହିଛନ୍ତି ଯେ , ଯେତେବେଳେ କୌଣସି ଶିଳ୍ପ ପରିପକ୍ଵ ହୋଇଯାଏ , ସେତେବେଳେ ମାଧ୍ୟମ ଶ୍ରେଣୀରେ କାର୍ଯ୍ୟ କରୁଥିବା ଅଧିକାଂଶ କର୍ମଚାରୀ ସେମାନଙ୍କ ଦରମା ତୁଳନାରେ କମ୍ପାନୀକୁ ସହଯୋଗ କରିପାରି ନଥାନ୍ତି I ଏହି କାରଣରୁ ପ୍ରତି ଦେଶରେ ଯେତେବେଳେ କୌଣସି ଶିଳ୍ପ ପରିପକ୍ଵ ହୁଏ ସେତେବେଳେ ଅନେକ କର୍ମଚାରୀଙ୍କୁ ଚାକିରିରୁ ବିଦା ହେବାକୁ ପଡିଥାଏ I ତାନହେଲେ କମ୍ପାନୀର ଅଭିବୃଦ୍ଧି ପ୍ରଭାବିତ ହୁଏ I ଆଉ ଏହି ସ୍ଥିତିରେ କମ୍ପାନୀ ମାନେ ସେମାନଙ୍କ କର୍ମଚାରୀଙ୍କୁ ଛଟେଇ କରିଥାନ୍ତି I ଯାହା IT କ୍ଷେତ୍ରରେ ବର୍ତମାନ ଦେଖିବାକୁ ମିଳୁଛି I ହାରହରି ୪୦ ହାଜର କର୍ମଚାରି ଛଟେଇ ହେବାର ସମ୍ଭାବନା ରହିଛି I