ଦିଲ୍ଲୀ ପ୍ରଦୂଷଣ ଉପରେ ସୁପ୍ରିମକୋର୍ଟଙ୍କ ତାଗିଦ୍

0

ଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବାକୁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ୪୮ଘଣ୍ଟା ମଧ୍ୟରେ ଏହାକୁ ରୋକିବା ପାଇଁ କି ପଦକ୍ଷେପ ନିଆଯାଇଛି ତାହା ଦର୍ଶାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏକ ଜନସ୍ୱାର୍ଥ ମାମଲାର ଶୁଣାଣୀ କରି ମୁଖ୍ୟ ବିଚାରପତି ଟି.ଏସ. ଠାକୁର ଏନେଇ ଖଣ୍ଡପୀଠ କରିଥିଲେ । ଦିଲ୍ଲୀରେ ପ୍ରଦୁଷଣ ଭୟାବହତା ନେଇ ବିଚାରପତି କ୍ଷୋଭ ପ୍ରକାଶ କରିଥିଲେ । ଏହାକୁ କମ୍ କରିବାକୁ କେନ୍ଦ୍ର ଆଗେଇ ଆସିବାକୁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଦିଲ୍ଲୀରେ ବାୟୂ ପ୍ରଦୂଷଣ ଯୋଗୁଁ ସ୍କୁଲ ଓ କଲେଜ ବନ୍ଦ ରହିଛି । ଏପରି କି ଏଠାରେ କ୍ରିକେଟ୍ ମ୍ୟାଚ୍ ମଧ୍ୟ ବାତିଲ୍ କରାଯାଇଛି । ଏହାର ପରବର୍ତି ଶୁଣାଣୀ ନଭେମ୍ବର ୧୦ତାରିଖରେ ହେବ । ପରିମଳ ବ୍ୟବସ୍ଥା ଉପରେ ଦୃଷ୍ଟି ଦେବା ସହ ଦିଲ୍ଲୀରେ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖିବାକୁ ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାର ଜବାବ୍ ରଖିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More