ଦିନକ ପାଇଁ ସମସ୍ତଙ୍କ ମନରେ ଗାନ୍ଧିଗୀରି

0

ଅକ୍ଟୋବର ୨ ତାରିଖ । ଜାତିର ପିତା ମହାତ୍ମାଗାନ୍ଧିଙ୍କ ଜୟନ୍ତି । ଆଜି୧୫୦ ତମ ଗାନ୍ଧିଜୟନ୍ତି । ଦିନକ ପାଇଁ ସମସ୍ତେ  ଗାନ୍ଧିଗୀରି ଆପଣାଇଛନ୍ତି । ଯେଉଁମାନେ ବର୍ଷସାର ନିଶାରେ ବୁଡ଼ିକି ରହନ୍ତି ସେମାନେ ଆଜି ନିଶା ନିବାରଣ କରିନ୍ତି । ଯେଉଁମାନେ ଧର୍ଷଣ ବେଳେ ଚୁପ ରହନ୍ତି ସେମାନେ ମହବତୀ ଧରି ରାଜରାସ୍ତାରେ ଶୋଭାଯାତ୍ରାରେ ବାହାରନ୍ତି ନିଜର ଫେଟୋ ପାଇଁ । ଏହାସହ ଯେଉଁମାନେ ସୁବବେଳେ ହିସାଂକୁ ଆପଣାଇଥାନ୍ତି ସେମାନେ ଆଜି ଦିନକୁ ପାଇଁ ଅହିଂସା ନୀତିକୁ ଆପଣାଇଥାନ୍ତି । ବର୍ଷ ତମାନ ଗାନ୍ଧିକୁ ଭୂଲିଯାଇଥିବା ବ୍ୟକତି, ଅନୁଷ୍ଠାନ , ସଂଗଠନ , ନେତା ଓ ଜନତା ସମସ୍ତେ ଆଜିର ସ୍ୱାର୍ଥ ପାଇଁ ଗାନ୍ଧିଗିରିକୁ ଆପଣାଇଛନ୍ତି । କିଏ ଧାରଣାରେ ବସୁଚି ତ ଆଉ କିଏ ଶୋଭାଯାତ୍ର । ହେ ପ୍ରକୃତରେ ଗାନ୍ଧିଗିରି କାହା ହୃଦଦୟରେ ଅଛି । ନା ନିଜ ସ୍ୱାଥଁ ପାଇଁ ଆମେ ସମସେ ଆଜି ନାଟକ କରୁଛନ୍ତି । ଆଉ ଗାନ୍ଧିଙ୍କ ଅଭିନୟକୁ ନିଜ ଭିତରେ ଆଣୁଛନ୍ତି । ଧିକଧିକ ଆମକୁ । ଗାନ୍ଧିଙ୍କର କୋଟିଏ କଥା ଆଜି ମନେ ପଡ଼େ ରଘୁପତି ରାଘବ ରାଜା ରାମ ପତିତପାବନ ସୀତାରାମ । ବାକୁଙ୍କ ଲାଗି ଏହି ଗୀତ ଆମ ସମସ୍ତଙ୍କ ହୃଦୟକୁ ଛୁଉଛି । ହେଲେ ଆମେ କିନ୍ତୁ ସବୁ ଭୂଲିଯାଇଛନ୍ତି ବାପୁଙ୍କ ନୀତି , ଆଦର୍ଶ ଓ ଦିଗଦର୍ଶନ । ଦେଶ ଓ ସମାଜର ମଙ୍ଗଳ ପାଇଁ ନୁହେଁ, ବଂର ଯେତେବେଳେ ଆମର ମଙ୍ଗଳ ଦରକାର ସେତେବେଳେ ଆମେ ବାପୁଙ୍କୁ ଆପଣାଇଥାଉ । ଗାନ୍ଧି କହିଥିଲେ ଖରାପ କଥା ଦେଖିବାନି, ଖରାପ କଥା ଶୁଣିବାନି କି ଖରାପ କଥା କହିବାନି । ହେଲେ ଏକଥା ଯେମିତି ଆଜି ସମସ୍ତଙ୍କ ପାଇଁ ଓଲଟା ହୋଇଯାଇଛି । ଆମେ ସମେସ୍ତ ଖରାପ କଥା କହିବାକୁ ବେଶୀ ପସନ୍ଦ କରୁଥିବା ବେଳେ ଖରାପ କଥା ଦେଖି ଅନ୍ୟକୁ ଦେଖାଇବାକୁ ବେଶୀ ପସନ୍ଦ କରୁଛନ୍ତି । ଆଉ ଶୁଣିବା କଥା ତ ଛାଡ଼ୁନ୍ତୁ । ଗାନ୍ଧୀଙ୍କ ନାଁକୁ ବ୍ରିିକ୍ରୀ କରି ଆୁ କେତେଦିନ ଆମେ ଚାଲିବା । ଚାଲନ୍ତୁ ସମସ୍ତେ ଏକ ହାଇ ଦିନକ ପାଇଁ ନୁହେଁ, ଯେତେବେ ସମ୍ଭବ ଏହି ମହାନ ଜନନାୟକ ଓ ଜାତିର ପିତାଙ୍କ ନୀତି ଆଦର୍ଶକୁ କିଛି ମାତ୍ରରେ ନିଜ ମନ ଭିତରେ ଆଣି ନିଜରକୁ ପରିବର୍ତ୍ତନ କରିବା । ନହେେଊ ଏପରି ଦିବସ ଦିନ ଯେ ଗାନ୍ଧି କେବଳ ମନେ ପଡ଼ିବେ ଓ ଶ୍ରଦ୍ଧାଞ୍ଜଳି ଦେଇ ଆମେ ଗାନ୍ଧିଙ୍କ କଥାକୁ ଓ ନୀତିକୁ ଯେ ଦିନକୁ ଦିନ ଶ୍ରଦ୍ଧାଜଳିରେ ଜାଳି ଦେଉଛନ୍ତି ତାହା କଣ କହିବା ଭୁଲ ହେବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More