ତୁଣ୍ଡ ପାଇଁ ବଦନାମ ସିନ୍ଧୁ : ବିଦା ହେଲେ କପିଲ ସୋରୁ

0


୪୪ଜଣ ଯବାନଙ୍କ ମୃତ୍ୟୁ ଘଟିଲା । ପାକିସ୍ତାନକୁ ଆତଙ୍କବାଦୀଙ୍କ ବିସ୍ପୋରଣଯୋଗୁଁ ଭାରତୀୟ ଯବାନଙ୍କ ଅକାଳ ମୃତ୍ୟୁ ହେଲା । ଯାହା ପ୍ରତ୍ୟେକ ଭାରତୀୟଙ୍କ ଆତ୍ମକୁ ଆଘାତ ଦେଇଛି । ଆଉ ଠିକ ଏହି ସମୟରେ କଟାଘାଁରେ ଚୁନ ଦେବା ପରି ବୟାନ ଦେଇଛନ୍ତି କଂଗ୍ରେସ ନେତା ସିନ୍ଧୁ । ଯେଉଁଥି ପାଇଁ ସିନ୍ଧୁ ଚାରିଆଡୁ ସମାଲୋଚନା । ଏପରି ପରିସ୍ଥିତିରେ କଂଗ୍ରେସ ନେତା ତଥା ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ନବଜୋତ୍ ସିଂ ସିଦ୍ଧୁଙ୍କୁ ନିଜର ମନ୍ତବ୍ୟ ପାଇଁ ବହୁମୂଲ୍ୟ ଦେବାକୁ ପଡିଛି। ସିଦ୍ଧୁ ଆଉ ଦ କପିଲ୍ ଶର୍ମା ସୋରେ ଦେଖିବାକୁ ମିଳିବେନି। ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣ ପରେ ସିଦ୍ଧୁ ସୋସିଆଲ୍ ମିଡିଆରେ ଉଲେ୍ଲଖ କରିଥିଲେ ଯେ, କଥାବାର୍ତା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ। ଆତଙ୍କବାଦର ଦମନ କେବଳ ଯୁଦ୍ଧ ମାଧ୍ୟମରେ ସମ୍ଭବ ନୁହେଁ। ଏହାକୁ ନେଇ ସାରା ଦେଶରେ ଆଲୋଚନା ହେବା ସହ ସିଦ୍ଧୁଙ୍କୁ ଟ୍ରଲ କରାଯାଇଥିଲା। ସୋନି ଟିଭି ଓ ଦ କପିଲ ଶର୍ମା ସୋକୁ ବୟକଟ୍ କରିବାକୁ ଲୋକେ ମଧ୍ୟ ଟ୍ଵିଟରରେ ଉଲ୍ଲେଖ କରିଥିଲେ। ତେବେ ଆଜି ଦିନ ତମାମ ସିଦ୍ଧୁଙ୍କୁ ନେଇ ସାରା ଦେଶରେ ଯୋରଦାର ଆଲୋଚନା ହେବା ପରେ ସୋନି ଟିଭି ସିଦ୍ଧୁଙ୍କୁ ସୋରୁ ବାହାର କରିଦେଇଥିବା ଜଣାପଡିଛି। ସିଦ୍ଧୁଙ୍କ ସ୍ଥାନରେ ଅର୍ଚନା ପୁରନସିଂ ବିଚାରପତି ଆସନରେ ବସିବେ ବୋଲି ଜଣାପଡ଼ିଛି। ପୂର୍ବରୁ ସୋନି ଟିଭିରେ ପ୍ରସାରିତ କମେଡି ସର୍କସରେ ଜଜ୍ ଭୂମିକା ତୁଲାଉଥିଲେ ଅର୍ଚନା। ଏନେଇ କପିଲ ଶର୍ମା ମୁଁହ ଖୋଲିନଥିବା ବେଳେ ସିଦ୍ଧୁ ଅମ୍ରିତସରରେ ଏକ ପ୍ରେସ କନଫେରେନ୍ସ କରି ସେ ଯାହା କହିଥିଲେ ତାଙ୍କ କଥାକୁ ଭୁଲ୍ ଭାବେ ଉପସ୍ଥାପିତ କରାଯାଉଥିବା କହିଛନ୍ତି।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More