ଡା. ମହତାବଙ୍କ ଉପରେ ଆୟୋଜିତ ଜାତୀୟ ୱେବିନାରରେ କେନ୍ଦ୍ରମନ୍ତ୍ରୀ ଡା.ହରେକୃଷ୍ଣ ମହତାବଙ୍କ ବିଚାରଧାରା ଆଜି ମଧ୍ୟ ପ୍ରାସଙ୍ଗିକ – ଧର୍ମେନ୍ଦ୍ର ପ୍ରଧାନ

0

ନୂଆଦିଲ୍ଲୀ/ଭୁବନେଶ୍ୱର : ଗଡ଼ଜାତ ମିଶ୍ରଣରେ ଡା. ମହତାବଙ୍କ କୁଶଳ ନୀତି ଯୋଗୁଁ ବାଲଶ୍ୱର ଜିଲ୍ଲାର ନୀଳଗିରି ଓଡ଼ିଶାରେ ମିଶି ପାରିଥିଲା । ଡା. ମହତାବଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୀତି ଯୋଗୁଁ ଏକ ଜାତୀୟ ଆବଶ୍ୟକତାର ପ୍ରଥମ କାମ ଓଡ଼ିଶାରେ କରାଯାଇଥିଲା । ତାଙ୍କର ବିଚାରଧାରା ଓ ପରମ୍ପରା ଆଜି ମଧ୍ୟ ବହୁତ ପ୍ରାସଙ୍ଗିକ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
– ସାଂପ୍ରତିକ ସମୟରେ ଡା. ମହତାବଙ୍କ ଉପରେ ୱେବିନାର୍ ଆୟୋଜନ ପାଇଁ ଆୟୋଜକ ମଣ୍ଡଳିଙ୍କୁ ଧନ୍ୟବାଦ ଦେଲେ
– ଡା.ମହତାବଙ୍କ କୁଶଳ ନୀତି ଯୋଗୁଁ ନୀଳଗିରି ଓଡ଼ିଶାରେ ମିଶି ପାରିଥିଲା
– ଓଡ଼ିଆ ଜାତିକୁ ଆଗକୁ ଯିବା ପାଇଁ ହେଲେ ପୂର୍ବଜ ମାନଙ୍କର ଶ୍ରଦ୍ଧା କେନ୍ଦ୍ର ଗୁଡିକୁ ସମ୍ମାନ କରିବା ପାଇଁ ପଡ଼ିବ
ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ପକ୍ଷରୁ ଡା. ହରେକୃଷ୍ଣ ମହତାବଙ୍କ ୧୨୦ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ ଜାତୀୟ ୱେବିନାରରେ ଭିସି ମାଧ୍ୟମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସାଂପ୍ରତିକ ସମୟରେ ‘ସ୍ୱାଧୀନତ୍ତୋର ଓଡ଼ିଶା ରାଜନୀତି ଓ ଡା. ମହତାବ’ ଶୀର୍ଷକ ୱେବିନାର୍ ଆୟୋଜନ କରିଥିବାରୁ ଆୟୋଜକ ମଣ୍ଡଳିଙ୍କୁ ଧନ୍ୟବାଦ ଦେଇଥିଲେ ଶ୍ରୀ ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସମାଜ ଯଦି ଅତୀତ କଥା ମନେ ପକାଇବ ନାହିଁ ତେବେ ଭବିଷ୍ୟତର ରାସ୍ତା ତିଆରି କରିପାରିବ ନାହିଁ । ଡା. ମହତାବଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ବୁଝିନଥିଲେ ଓଡ଼ିଶାରେ ସାମାଜିକ ଓ ରାଜନୈତିକ କାର୍ଯ୍ୟକର୍ତ୍ତା ପୂରଣ ହେବ ନାହିଁ । ସମାଜରେ ସବୁ ଲୋକମାନେ ମହାପୁରୁଷ ହୁଅନ୍ତି ନାହିଁ ବରଂ ଭବିଷ୍ୟତକୁ ଦେଖିପାରୁଥିବା ବ୍ୟକ୍ତି ହିଁ ମହାପୁରୁଷ ହେବାର କ୍ଷମତା ରଖେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଯେଉଁ ସମାଜ, ଜାତି, ବିଶେଷ ଭାବରେ ଯୁବପିଢି ପୂର୍ବଜ ମାନଙ୍କର ଆସ୍ଥା କେନ୍ଦ୍ରକୁ ନେଇ ଭବିଷ୍ୟତର ଯୋଜନା କରିବ ନାହିଁ ତେବେ ସେ ସାମାଜ ଆଗକୁ ବଢ଼ିପାରିବ ନାହିଁ । ଓଡ଼ିଆ ଜାତିକୁ ଆଗକୁ ଯିବା ପାଇଁ ହେଲେ ପୂର୍ବଜ ମାନଙ୍କର ଶ୍ରଦ୍ଧା କେନ୍ଦ୍ର ଗୁଡିକୁ ସମ୍ମାନ କରିବା ପାଇଁ ପଡ଼ିବ । ଏହି ମୂଲ୍ୟବୋଧକୁ ସମସ୍ତେ ଆପଣାଇବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତିି ।
ଡା. ହରେକୃଷ୍ଣ ମହତାବ କେନ୍ଦ୍ର ସରକାରରେ ଦାୟିତ୍ୱରେ ଥିବା ସମୟରେ ଆତ୍ମନିର୍ଭର ଭାରତର ପରିକଳ୍ପନା କରିଥିଲେ । ଡା. ହରେକୃଷ୍ଣ ମହତାବ କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଦାୟିତ୍ୱରେ ଥିବା ସମୟରେ ପିମ୍ପରି ପେନସିଲିନ୍‌, ହିନ୍ଦୁସ୍ତାନ ଏରୋନେଟିକ୍ସ ପରି ଅନେକ ଶିଳ୍ପର କଳ୍ପନା କରିଥିଲେ । ଯାହାର ପ୍ରାସଙ୍ଗିକତା ଆଜି ସମୟରେ ଜଣାପଡ଼ୁଛି ଏବଂ ଏହାକୁ ହିଁ ଯୁଗଦ୍ରଷ୍ଟା କୁହାଯାଏ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More