ବାପାଂକ ଜୀବନ ଠାରୁ ମୂଲ୍ୟବବାନ ଅର୍ଥ । କୋଟିଏ ଟଂକା ଲାଗି ଆଗ୍ରାରେ ସମ୍ପର୍କକୁ ଭୂଲି ପୁଅ ବାପାକୁ ଛୁରୀରେ ଭୂଷି ହତ୍ୟା କରିଛି । ଘଟଣା ଅନୁସାରେ ଦୁଇ ଭଉଣୀ ଜ୍ୟୋତି କୁଶବାହା ଏବଂ ଚାନ୍ଦିନୀ ତାଂକର ବୟଫ୍ରେଣ୍ଡ୍ ସର୍ବେଶ ଶର୍ମା ସହ ମିଶି ବାପା ମଥୁରା ପ୍ରସାଦକୁ ହତ୍ୟା କରିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଓକିଲାତି କରନ୍ତି ଏବଂ ଆର ଜଣକ ବୃତ୍ତିରେ ଶିକ୍ଷୟତ୍ରୀ । ପିତା ବଢେଇ କାମ କରନ୍ତି । ପୁଅ ଛୁରିରେ ବାପାଂକୁ ହତ୍ୟା କରି ଛି ପୁଲିସ ଗତକାଲି ଏହି ଘଟଣାରେ ଦୁଇଜଣଂକୁ ଗିରଫ କରି କୋର୍ଟ ଚାଲଣ କରିଛି । ଜ୍ୟୋତି ଗତ ଜାନୁୟାରୀ ମାସରେ ବାପାଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ସର୍ବେଶକୁ ମନ୍ଦିରରେ ବାହା ହୋଇଥିଲେ । ସେ ଦୁହେଁ ଜାଣିବାକୁ ପାଇଲେ ଯେ ବାପା ଏକ ମୂଲ୍ୟବାନ ଜମି ବିକ୍ରି କରି ଏକ କୋଟି ଟଙ୍କା ପାଇଛନ୍ତି । ଏହି ଟଂକା ହାତେଇବା ଲାଗି ତିନିଜଣ ଯାକ ବାପାକୁ ମାରିବା ଯୋଜନା କରି ଶେଷରେ ସଫଳ ହୋଇଛନ୍ତି । ଆଉ ଏବେ ଜେଲରେ ଚାରିକାଂଥ ଭିତରେ ଜୀବନ କାଟୁଛନ୍ତି । ଏହି ଘଟଣା ଉକ୍ତ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।