ଜୟନାରାୟଣ ନାଁରେ ସହମତି : ଘୋଷଣା କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ !

0

ବିଧାନସଭାରେ ବିରୋଧୀ ଦଳ ନେତା ହେବ ଜୟ ନାରାୟଣ ମିଶ୍ର । ବିଜେପି ବିଧାୟକ ଦଳ ବୈଠକରେ ଜୟନାରାୟଣଙ୍କ ନାଁରେ ସହମତି ହୋଇଥିବା ବିଶେଷସୂତ୍ରରୁ ଖବର ମିଳିଛି । ଆସନ୍ତାକାଲି ଦଳର ରାଷ୍ଟ୍ରୀୟ ସଭାପତି ବିଧିବଦ୍ଦ ଭାବେ ଘୋଷଣା କରିବେ ବୋଲି ଜଣାପଡ଼ିବ । ତେବେ ବୈଠକ ପରେ ବିରୋଧୀ ଦଳ ନେତା କିଏ ହେବ ସେନେଇ ଧାମନଗର ବିଧାୟକ ବିଷ୍ଣୁସେଠୀ କହିଛନ୍ତି ଯେ ବୈଠକରେ ବିଧାୟକ ଦଳ ନେତା ଚୟନ ହୋଇନାହିଁ । ୨ରୁ ୩ଦିନ ଭିତରେ ହେବ ନିଷ୍ପତି । ତେଣୁ କିଏ ବିରୋଧୀ ଦଳ ନେତା ହେବ ଓ କିଏ ବିରୋଧୀ ଦଳ ମୁଖ୍ୟ ସଚେତକ ହେବ ସେନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଷ୍ପତି ନେବେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More