ଜେଲ୍ରୁ ଫେରାର୍ ହୋଇ ମଲେ

0

ପୁଣିଥରେ ମଧ୍ୟପ୍ରଦେଶର ଭୋପାଳ ସେଂଟ୍ରାଲ୍ ଜେଲ୍ରୁ ରବିବାର ବିଳମ୍ବିତ ରାତିରେ ଚମ୍ପଟ୍ ମାରଥିଲେ ୮ ସିମି ଆତଙ୍କବାଦୀ । ଏହି ୮ଜଣ ଆତଙ୍କବାଦୀ ଦେଶଦ୍ରୋହ ମାମଲାରେ ଗିରଫ ହୋଇଥିଲେ । ପରବର୍ତି ସମୟରେ ମଧ୍ୟପ୍ରଦେଶ ପୋଲି ପକ୍ଷରୁ ରାଜ୍ୟର ବିିଭିନ୍ନ ସ୍ଥାନରେ ଜାରି କରାଯାଇଥିଲା ହାଇଆଲର୍ଟ । ଏହା ସେମାନଙ୍କ ପାଇଁ ଏବେ କାଳ ହେଲା । ମାତ୍ର ୧୨ ଘଂଟା ବ୍ୟବଧାନରେ ମଧ୍ୟପ୍ରଦେଶ ପୋଲିସକୁ ମିଳିଗଲା ସଫଳତା । ଆଉ ଭୋପାଲସ୍ଥିତ ଅନ୍ତଖେଡ଼ି ନିକଟରେ ଧରାପଡ଼ିଯାଇଥିଲେ ଉକ୍ତ ଫେରାର୍ ୮ସିମି ଆତଙ୍କବାଦୀ । ପରେ ପୋଲିସ ଏନ୍କାଉଂଟର୍ରେ ୮ଜଣଯାକ ଆତଙ୍କୀ ଟଳିପଡ଼ିଛନ୍ତି । ମୃତ ୮ସିମି ଆତଙ୍କବାଦୀଙ୍କ ମଧ୍ୟରେ ରହିଛନ୍ତି ଜାକିର୍ ହୁସେନ୍, ମହମ୍ମଦ ସକିଲ୍, ଅବଦୁଲ୍ ମଜିଦ୍, ଖାଲିଦ୍, ସାମି ସେହେରାଦ୍, ଅମଜଦ୍, ମୁଜିଦ୍ ଶେଖ୍, ଏବଂ  ପାମି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତବର୍ଷ ଫେବୃଆରୀରେ ମଧ୍ୟ ଏହି ଜେଲ୍ରୁ ରବିବାର ରାତିରେ ଫେରାର୍ ହୋଇଥିବା ଆତଙ୍କବାଦୀ ମଧ୍ୟରୁ ୪ଜଣ ଆତଙ୍କବାଦୀ ଜେଲ୍ ପାଚେରୀ ଡେଇଁ ଫେରାର୍ ହୋଇଥିଲେ । ପରବର୍ତି ସମୟରେ ସେମାନଙ୍କୁ ରାଉରକେଲାରୁ ଗିରଫ କରାଯାଇ ମଧ୍ୟପ୍ରଦେଶ ପୋଲିସକୁ ହସ୍ତାନ୍ତର କରିଥିଲା ଓଡ଼ିଶା ପୋଲିସ । ଆଉ ରବିବାର ରାତିରେ ପୁଣିଥରେ ଜେଲ୍ ପାଚେରୀ ଡେଇଁ ଚମ୍ପଟ୍ ମାରିଥିଲେ ଏହି ୮ ସିମି ଆତଙ୍କବାଦୀ । ସେଥିପାଇଁ ଓଡ଼ିଶାରେ ରେଡ୍ ଆଲର୍ଟ୍ ଜାରି କରାଯାଇଥିଲା । ଉକ୍ତ ୮ଫେରାର୍ ଆତଙ୍କବାଦୀ ଭୋପାଲ ଜେଲ୍ର ଜଣେ କନ୍ଷ୍ଟେବଲଙ୍କୁ ଗଳାକାଟି ହତ୍ୟା କରିଥିବା ସୂଚନା ମିଳିଛି । ଏହି ଘଟଣାରେ ଡୁ୍ୟଟିରେ ଖିଲାଫ ଯୋଗୁଁ ଜେଲ୍ ଅଧିକ୍ଷକଙ୍କ ସମେତ ଅନ୍ୟ ୪ଜଣ ଜେଲ୍ କର୍ମଚାରୀଙ୍କୁ ସସ୍ପେଣ୍ଡ୍ କରାଯାଇଛି । ଗୋଟିଏପଟେ ପାକିସ୍ତାନ୍ ଜମ୍ମୁ କାଶ୍ମୀରରେ ଲଗାତାର ଅସ୍ତ୍ର ବିରତି ଉଲ୍ଲଂଘନ କରିଚାଲିଥିବାବେଳେ ଏବେ ଭୋପାଳ ଜେଲ୍ରୁ କଏଦୀ ଚମ୍ପଟ୍ ମାରିବା ଘଟଣା କେନ୍ଦ୍ର ସରକାରଙ୍କ ପାଇଁ ମୁଣ୍ଡବିନ୍ଧା ପାଲଟିଛି । ଏଭଳି ଦାୟୀତ୍ୱହୀନତା କାର୍ଯ୍ୟପାଇଁ କେନ୍ଦ୍ର ଗୃହ ବିଭାଗ ମଧ୍ୟ ପ୍ରଦେଶ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ଏହି ଖବର ମିଳିବା ପରେ ଓଡ଼ିଶାରେ ପ୍ରଥମେ ରେଡ୍ ଆଲର୍ଟ୍ ଜାରି କରାଯାଇଥିବା ସୂଚନା ଡିଜି ସୂଚନା ଦେଇଥିଲେ । ଯାହା ଏବେ ଶାନ୍ତ ପଡ଼ିଛି । ଆଉ ଓଡ଼ିଶା ପୋଲିସ ସହ ସାଧାରଣ ଜନତା କିଛିଟା ଆଶ୍ୱସ୍ତ ହୋଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More