ଜୁନ ୧୦ ରେ ଓଡିଶା ଛୁଇଁବ ମୌସୁମୀ

0

ଜୁନ୍ ୩ ତାରିଖରେ କେରଳ ଛୁଇଁବା ପରେ ମୌସୁମୀ ତାମିଲନାଡୁରେ ସକ୍ରିୟ ହେବା ସହ ଆନ୍ଧ୍ର ପ୍ରଦେଶର କିଛି ଅଞ୍ଚଳକୁ ଆଚ୍ଛାଦିତ କରିଛି । ତେଣୁ ଏହା ଜୁନ୍ ୮ କିମ୍ବା ୯ ସୁଦ୍ଧା ଦକ୍ଷିଣ ଓଡିଶାର କିଛି ଅଂଶକୁ ଛୁଇଁବ ବୋଲି ଆଶା କରାଯାଉଛି । ଏନେଇ ଶିକ୍ଷା ‘ଓ’ ଅନୁସନ୍ଧାନର ପରିବେଶ ଏବଂ ଜଳବାୟୁ (ସିଇସି) ଶୁକ୍ରବାର ସୂଚନା ଦେଇଛନ୍ତି ।

ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ମୌସୁମୀ ପ୍ରବାହ ଆହୁରି ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି । ଯାହା ଜୁନ୍ ୧୦-୧୧ରେ ପଶ୍ଚିମବଙ୍ଗ-ଓଡିଶା ଉପକୂଳରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହା ସମଗ୍ର ଓଡିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପାଇଁ ପାଗ ଅନୁକୂଳ କରିବ ବୋଲି ସିଇସି କହିଛନ୍ତି।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More