ଛିଣ୍ଡୁନି ଅଙ୍କ : ରାଜ୍ୟସଭା ପାଇଁ ବିଜେଡିର କିଏ କିଏ ଅଛନ୍ତି ଆଶାୟୀ

0

ଭୁବନେଶ୍ୱର : ଏପ୍ରିଲରେ ଖାଲି ପଡୁଛି ୪ଟି ରାଜ୍ୟସଭା ଆସନ I ନରେନ୍ଦ୍ର ସ୍ୱାଇଁ , ସରୋଜିନୀ ହେମ୍ବ୍ରମ , ରଞ୍ଜୀବ ବିଶ୍ୱାଳ , ଅନୁଭବ ମହାନ୍ତିଙ୍କ କାର୍ଯ୍ୟକାଳ ସରୁଛି I ତେଣୁ ଏହି ୪ଟି ଆସନରେ କିଏ ଯିବ ରାଜ୍ୟସଭା ସେ ଚର୍ଚ୍ଚା ବି ଆରମ୍ଭ ହୋଇଗଲାଣି I ରାଜ୍ୟସଭା ଗଣିତ ଅନୁସାରେ ଜଣେ ପ୍ରାଥୀ ରାଜ୍ୟସଭାକୁ ଯିବାକୁ ହେଲେ ୩୦ ଜଣ ବିଧାୟକଙ୍କ ସମର୍ଥନ ଦରକାର I ଏବେ ବିଧାନସଭାରେ ବିଧାୟକଙ୍କ ସଂଖ୍ୟା ହେଉଛି ୧୧୩ I ତେଣୁ ଗଣିତ ଅନୁସାରେ ବିଜେଡି ନିଦ୍ଵନ୍ଦରେ ୩ଜଣ ସଦସ୍ୟଙ୍କୁ ରାଜ୍ୟସଭା ପଠାଇପାରିବ I ତେବେ ଚର୍ତୁଥା ଆସନ ପାଇଁ କାହାପାଖରେ ଆବଶ୍ୟକୀୟ ସଂଖ୍ୟା ନାହିଁ I ତେଣୁ ଏହାକୁ ନେଇ ଏବେ ନାନା ଚର୍ଚ୍ଚା I ଯଦି ବିଜପିକୁ ଏହି ଆସନଟି ବିଜେଡି ନଦିଏ ତେବେ କଂଗ୍ରେସ ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପାଇଁ ବିଜେଡି ଏହି ଆସନକୁ ନିଜ କବ୍ଜାକୁ ନେବ I ଏବେ ନଜର ପକାନ୍ତୁ କିଏ କିଏ ରାଜ୍ୟସଭା ପାଇଁ ଆଶାୟୀ ଅଛନ୍ତି ….
୧- ପୁଷ୍ପେନ୍ଦ୍ର ସିଂହଦେଓ
୨- ସଞ୍ଜୟଦାସ ବର୍ମା
୩- ମହେଶ୍ୱର ମହାନ୍ତି
୪- ରବୀନ୍ଦ୍ର ଜେନା
୫- କଳିକେଶ ସିଂହଦେଓ
୬- ପ୍ରସନ୍ନ ପାଟ୍ଟଶାଣୀ
୭- ରମେଶ ଚାଓ ପଟ୍ଟନାୟକ
୮- ଅରୁପ ପଟ୍ଟନାୟକ
ଏହି ନେତାମାନଙ୍କ ନାଁ ଚର୍ଚାରେ ରହିଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More