ଚିହ୍ନଟ ହେଲେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ : ଆଜି ରାଜ୍ୟରେ ଚିହ୍ନଟ ହେଲେ ଆଉ ୩୯୪ ପଜିଟିଭ

0

ଭୁବନେଶ୍ୱର : ରାଜ୍ୟରେ ଏବେ ଦ୍ରୁତ ଗତିରେ ବଢି ବଢି ଚହଲିଛି କରୋନା ସଂକ୍ରମଣ ଇ ଆଜି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫ଟି ଜିଲ୍ଲାରୁ ୩୯୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୩୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୬୩ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୧ ହଜାର ୩୧୧ କୁ ବୃଦ୍ଧି ହୋଇଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଚିହ୍ନଟ ହୋଇଥିବା ନୂଆ ୩୯୪ ଜଣ ସଂକ୍ରମିତଙ୍କ ମଧ୍ୟରୁ କଳାହାଣ୍ଡିରୁ ୪୩ ଜଣ, ନୂଆପଡାରୁ ୪୦ ଜଣ, ବରଗଡରୁ ୩୪ ଜଣ, ସୁନ୍ଦରଗଡରୁ ୩୧ ଜଣ, କଟକରୁ ୨୭ ଜଣ, ଅନୁଗୁଳରୁ ୨୪ ଜଣ, ମୟୂରଭଞ୍ଜରୁ ୧୯ ଜଣ, ସମ୍ବଲପୁରରୁ ୧୪ ଜଣ, ପୁରୀରୁ ୧୨ ଜଣ ଓ ବଲାଙ୍ଗୀରରୁ ୧୦ ଜଣ, ଝାରସୁଗୁଡାରୁ ୬ଜଣ, ବାଲେଶ୍ବରରୁ ୫ ଜଣ, ଭଦ୍ରକ, ଢ଼େଙ୍କାନାଳ, କୋରାପୁଟ ଓ ସୋନପୁର ଜିଲ୍ଲାରୁ ୪ ଜଣ ଲେଖାଏଁ, କେନ୍ଦୁଝର ଓ ରାୟଗଡ଼ା ଜିଲ୍ଲାରୁ ୩ ଜଣ ଲେଖାଏଁ,ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ,ନୟାଗଡ଼ ଜିଲ୍ଲାରୁ ଜଣେ ଏବଂପରି ଷ୍ଟେଟ ପୁଲ୍‌ରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More