ଚିଲିକା ଚାହୁଛି ମଙ୍ଗରାଜଙ୍କୁ : ନବୀନଙ୍କ ପାଖରେ ଅଳି କଲେ ନେତା…

0


ନବୀନ ନିବାସରେ ଚିଲିିକା ଅଚଂଳର ଶତାଧିକ ବିଜେଡ଼ି କର୍ମୀ ଓ ସାଧାରଣ ଭୋଟର । ଦାବି ଗୋଟିଏ , ଏଥର ରଘୁନାଥ ସାହୁ ନୁହେଁ, ବିଜେଡ଼ି ବିଧାୟକ ପ୍ରାର୍ଥୀ ହୁଅନ୍ତୁ ମାନସ ମଙ୍ଗରାଜ । ଗୁହାରୀ ରଘୁନାଥ ସାହୁଙ୍କୁ ଦଳ ପ୍ରାର୍ଥୀ କଲେ ବିଜୟ ସମ୍ଭାବନା ନେଇ ସହେନ୍ଦ ହେଉଛି । ଚିଲିକାବାସୀ ଏବେ ମାନସ ମଙ୍ଗରାଜଙ୍କ ନେତୃତ୍ୱ ଭାର ଦେବାକୁ ଚାହୁଛନ୍ତି । ଏପରି ଭାବେ ଚିଲିକା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଅଶ୍ୱିନୀ ସେନ୍, ମାନସ ରଂଜନ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାରଣା ଆଦିଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି କର୍ମୀ ଆଜି ନବୀନ ନିବାସ ଆସି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ଦାବି କରିଛନ୍ତି । ସେମାନଙ୍କର ବିଧାୟକ ଥିବା ବେଳେ ଅଞ୍ଚଳବାସୀଙ୍କ ପାଇଁ ରଘୁ କୌଣସି ଆଖିଦୃଶିଆ କାର‌୍ୟ୍ୟ କରିନାହାନ୍ତି । ବରଂ ଅନେକ ଅପବାଦରେ ଛନ୍ଦି ହୋଇଛନ୍ତି । ଦଳୀୟ କର୍ମୀମାନଙ୍କ ସହ ତାଙ୍କର ସମ୍ପର୍କ ନାହିଁ । ସାଧାରଣ କର୍ମୀ ଓ ଅଞ୍ଚଳବାସୀଙ୍କ ବିଶ୍ୱାସଭାଜନ ବହୁ ପୂର୍ବରୁ ହରାଇ ସାରିଛନ୍ତି ।ନବୀନ ନିବାସରେ ଚିଲିକାବାସୀଙ୍କ ଏହି ଦାବି ଏବେ ଚିଲିକା ରାଜନୀତିକୁ ସରଗରମ କରିଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଏହା ଉପରେ କଣ ବିଚାର କରୁଛନ୍ତି ତାହା ଦେଖିବାର କଥା । ହେଲେ ଏକଥା ସତ ଯେ ଦଳ ୨୦୧୯ ନିର୍ବାଚନରେ ସ୍ୱଚ୍ଛଭାବମୃର୍ତ୍ତି ସାଙ୍ଗକୁ , ଉଚ୍ଚଶିକ୍ଷିତ ଓ ଯୁବଗୋଷ୍ଠୀଙ୍କୁ ଟିଟେକ ଦେବାରେ ଆଗ୍ରାଧିକାର ଦେଉଛି ବିଜେଡ଼ି । ଏହି ନ୍ୟାୟରେ ମାନସ ମଙ୍ଗରାଜଙ୍କ ପଲା ଭାରୀ ରହିଛି । କାରଣ ଦଳର ଜଣେ ଶୃଙ୍ଖଳିତ ଯୁବନେତା ଭାବେ ସେ ବେଶ ପରିଚିତ ଦଳ ଭିତରେ । ନିଜ ଅଂଚଳରେ ମଧ୍ୟ ସେ ବେଶ ଲୋକପ୍ରିୟତା ରହିଚି ମାନସଙ୍କର ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More