ଚିରନିଦ୍ରାରେ ଯୁବକଂଗ୍ରେସ ଆଇକନ୍ ଲୁଲୁ

0

ଚିରନିଦ୍ରାରେ ରାଜ୍ୟ ଯୁବ କଂଗ୍ରେସର ଆଇକନ୍ ଲୁଲୁ ମହାପାତ୍ର । କଂଗ୍ରେସର ସବୁଠାରୁ ଶକ୍ତିଶାଳୀ ସଙ୍ଗଠକ ତଥା ବାହୁବଳୀ ନେତା ଲୁଲୁଙ୍କର ମହାପ୍ରୟାଣ ଘଟିଛି ଗତକାଲି ଗୁରଗାଓଁସ୍ଥିତ ମେଦାନ୍ତ ହସ୍ପିଟାଲ୍ରେ । ଏ ଖବର ବିଜୁଳି ବେଗରେ ପ୍ରଘଟ ହେବାପରେ ସ୍ତବ୍ଧ ହୋଇଯାଇଛି ସମଗ୍ର ବ୍ରହ୍ମଗିରି ନିର୍ବଚନମଣ୍ଡଳୀ । ଜୀବନର ମଧ୍ୟାହ୍ନ ବୟସରେ ଲୁଲୁଙ୍କର ଘଟିଛି ସୂର୍ଯାସ୍ତ । ଅର୍ଥାତ୍ ମାତ୍ର ୫୨ବର୍ଷ ବୟସରେ ଲୁଲୁଙ୍କର ପରଲୋକ ହୋଇଥିବା ଯୋଗୁଁ ସମଗ୍ର ରାଜ୍ୟ କଂଗ୍ରେସରେ ଖେଳିଯାଇଛି ଶୋକର ଛାୟା । ନିଜର ଏକମାତ୍ର ଝିଅ ଏବଂ ପତ୍ନୀଙ୍କୁ ସବୁଦିନ ପାଇଁ ପରକରି ପରଲୋକ ଗମନ କରିଛନ୍ତି ଲୁଲୁ । ଛାତ୍ରନେତାରୁ ହ୍ୟାଟ୍ରିକ୍ ବିଧାୟକ ହୋଇଥିବା ଲୁଲୁ ମହାପାତ୍ର ଗତ ୩ମାସ ତଳେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଗୁରଗାଓଁସ୍ଥିତ ମେଦାନ୍ତ ହସ୍ପିଟାଲର ଆଇସିୟୁରେ ଭର୍ତି କରାଯାଇଥିଲା । ହେଲେ ଗତକାଲି ରାତି ୧୦ଟା ୧୪ମିନିଟ୍ରେ ତାଙ୍କ ଦେହାନ୍ତ ଘଟିଛି । ମୃତୁ୍ୟ ବେଳକୁ ତାଙ୍କ ନିକଟରେ ତାଙ୍କର ସାନଭାଇ ଲଳିତେନ୍ଦୁ ଏବଂ ଗୋପିନାଥ ଥିଲେ । ଆଜି ସନ୍ଧ୍ୟାରେ ଲୁଲୁଙ୍କର ପାର୍ଥôବ ଶରୀର ପହଂଚିବ ବୋଲି ସୂଚନା ମିଳିଛି । ବିଜେବି କଲେଜରୁ ନିଜର ରାଜନୀତି ଇନିଂସ୍ ଆରମ୍ଭ କରି ପରେ ଲୁଲୁ ରାଜ୍ୟ କଂଗ୍ରେସରେ ପାଦ ଥାପିଥିଲେ । ପରେ ସେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରୁ ତିନି ତିନିଥର ବିଧାୟକ ହେବାର ଗୌରବ ଅର୍ଜ୍ଜନ କରିଥିଲେ । ଜଣେ ଦକ୍ଷ ଓ ନିପୁଣ ସଙ୍ଗଠକ ଭାବେ ଲୁଲୁଙ୍କର କ୍ଷାତି ଓ ସାହସୀକତା ରାଜ୍ୟ କଂଗ୍ରେସକୁ ଅତୀତରେ ବହୁ ଆଗକୁ ନୋବରେ ସହାୟକ ହୋଇପାରିଥିଲା । ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଏବଂ ନିକଟତର ଭାବେ ବେଶ୍ ଜଣାଶୁଣା । ୧୯୬୪ରେ ଜନ୍ମଲାଭ କରିଥିôବା ଲୁଲୁ ପରବର୍ତି ସମୟରେ ୧୯୮୩ରେ ସେ ଜାତୀୟ ଛାତ୍ର ସଂଗଠନର ଓଡ଼ିଶା ଶାଖାର ଯୁଗ୍ମ ସମ୍ପାଦକ ଭାବେ ଦାୟୀତ୍ୱ ତୁଲାଇଥିଲେ । ପରେ ୧୯୮୫ରେ ସେ ସାଧାରଣ ସମ୍ପାଦକ ହୋଇ ୧୯୮୭ରେ ଛାତ୍ର ସଙ୍ଗଠନର ରାଜ୍ୟ ସଭାପତି ହେବାର ଗୌରବ ଅର୍ଜ୍ଜନ କରିଥିଲେ । ମାତ୍ର ୩୨ବର୍ଷ ବୟସରେ ଅର୍ଥାତ୍ ୧୯୯୫ରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୦ ଓ ୨୦୦୪ରେ ମଧ୍ୟ ଲୁଲୁ ମହାପାତ୍ର କଂଗ୍ରେସ ଦଳର ବିଧାୟକ ଭାବେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ଏପରି ଲଗାତାର ୩ଥର ବିଧାୟକ ହେବାର ଗୌରବ ଅର୍ଜ୍ଜନ କରିଥିବା ଲୁଲୁ ଏବେ ରାଜନୀତିରେ ତାଙ୍କର ପାଦଚିହ୍ନ ଛାଡ଼ିଯାଇଛନ୍ତି । ଆଉ ଅନ୍ୟ ନେତାଙ୍କ ପାଇଁ ପାଲଟିଯାଇଛନ୍ତି ଉଦାହରଣ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More