ଚାରୋଟି ନିର୍ବାଚନରେ ତିନି ପ୍ରକାର ତଥ୍ୟ : ମନ୍ତ୍ରୀ ପଦ୍ମନାଭଙ୍କ ବିରୁଦ୍ଧରେ ମାମଲା ରୁଜ କରିବା ସହ ଇସ୍ତଫା ଦାବୀ କଲା କଂଗ୍ରେସ

0

ଭୁବନେଶ୍ୱର : ଜନ ପ୍ରତିନିଧି ଆଇନ ୧୯୫୧ ର ବ୍ୟବସ୍ଥା ଅନୁଯାୟୀ ନିର୍ବାଚନ ପ୍ରତିଦ୍ୱନ୍ଦିତା କରିବା ପାଇଁ କୌଣସୀ ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତାର ଆବଶକ୍ୟତା ନଥିବା ସ୍ଥଳେ ପ୍ରାର୍ଥୀମାନେ ନିଜକୁ ବଡ଼ ଦେଖାଇବା ହେଉ ବା ନିଜର ବାସ୍ତବ ଶିକ୍ଷାଗତ ଯୋଗ୍ୟତାକୁ ଲୁଚାଇବା ପାଇଁ ଭୁଲ ତଥ୍ୟ ଦେଇଥାନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ରାଜ୍ୟର ଜଣେ ଖବଙ୍ଗ ଗବଳରକ୍ସ ଏବଂ କ୍ୟାବିନେଟ ମନ୍ତ୍ରୀ ପଦ୍ମନାଭ ବେହେରା କିଭଳି ତାଙ୍କର ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ବିଷୟରେ ବାରମ୍ବାର ଭୁଲ ଓ ଭିନ୍ନ ଭିନ୍ନ ତଥ୍ୟ ଦେଇଛନ୍ତି ତଥ୍ୟ ପ୍ରମାଣ ସହିତ ତାହାର ଖୁଲାସା କରିବା ସହିତ ତୁରନ୍ତ ସଂପୃକ୍ତ ମନ୍ତ୍ରୀଙ୍କ ବହିସ୍କାର ଦାବୀ କରିଛନ୍ତି କଂଗ୍ରେସ ନେତା ତଥା ଆଇନଜୀବି ନିଶିକାନ୍ତ ମିଶ୍ର । ଗତ ୪ଟି ନିର୍ବାଚନରେ ନାମାଙ୍କନ ଦାଖଲ କରିବା ସମୟରେ ସତ୍ୟପାଠ ମାଧ୍ୟମରେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ତିନିପ୍ରକାର ତଥ୍ୟ ପ୍ରଦାନ କରିଛନ୍ତି । ୨୦୦୪ ବିଧାନ ସଭା ନିର୍ବାଚନ ଫୁଲବାଣୀ (ସଂରକ୍ଷିତ) ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ମନ୍ତ୍ରୀ ଶ୍ରୀ ବେହେରା ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ଯେଉଁ ତଥ୍ୟ ପ୍ରଦାନ କରିଥିଲେ ସେଥିରେ କହିଥିଲେ ଐ.ଝ.ଉ. ଲକ୍ସକ୍ଟଜ୍ଞ ଞ ଌ ଜଡ ଐସଶଷ ଝମଷକ୍ଟକ୍ଟକ୍ଷ କବଗ୍ଧବଶବକ୍ସଷ କବଦ୍ଭୟଷବଜ୍ଞବକ୍ଷ ସଦ୍ଭ ୧୯୭୨ କିନ୍ତୁ ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନ ସମୟରେ ବିରମହାରାଜପୁର ସଂରକ୍ଷିତ ଆସନରୁ ନାମାଙ୍କନ ସମୟରେ ଯେଉଁ ତଥ୍ୟ ପ୍ରଦାନ କରିଥିଲେ ମନ୍ତ୍ରୀ ମହାଶୟ ୧୯୭୩ ମସିହାରେ ୧୦ମ ପାସକରିଥିଲେ ବୋଲି ଉଲ୍ଲେଖ କରିଥିଲେ । ଯାହା ୨୦୦୪ ମସିହା ତଥ୍ୟ ଠାରୁ ସଂପୂର୍ଣ୍ଣ ଭିନ୍ନ । ସବୁଠାରୁ ଆଶ୍ଚର୍ଯ୍ୟ କଥା ୨୦୧୯ ମସିହା ନିର୍ବାଚନରେ ଦେଇଥିବା ତଥ୍ୟ ମଧ୍ୟ ୨୦୦୪, ୨୦୦୯ ଓ ୨୦୧୪ ମସିହା ନିର୍ବାଚନ ନାମାଙ୍କନ ସମୟରେ ଦେଇଥିବା ତଥ୍ୟ ଠାରୁ ସଂପୂର୍ଣ୍ଣ ଭିନ୍ନ । ଯାହା ଜନ ପ୍ରତିନିଧି ଆଇନ ୧୯୫୧ ର ଧାରା ୧୨୫ଇ ଅନୁଯାୟୀ ଆଇନତଃ ଦଣ୍ଡନିୟ ଏବଂ ଭାରତୀୟ ଦଣ୍ଡ ବିଧାନ ଆଇନ ଧାରା ୧୭୧ଏ ଅନୁଯାୟୀ ମିଥ୍ୟା ସତ୍ୟପାଠ ଏକ ଦଣ୍ଡନିୟ ଅପରାଧ । ଖାଲି ସେତିକି ନୁହେଁ ଗତମାସ ୯.୧.୨୦୨୦ ରିଖ ମାନ୍ୟବର ଉଚ୍ଚନ୍ୟାୟଳୟ ଅଭିଯୋଗ ଆଧାରରେ ମାମଲା ରୁଜ କରିବା ଓ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ବିରମହାରାଜପୁର ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯାହା ଏବେ ସୁଦ୍ଧା ସରକାର ଚାପି ରଖିଛନ୍ତି ବୋଲି କଂଗ୍ରେସ ଭବନ ଠାରେ ଆୟେଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଛନ୍ତି ।
 ମାନ୍ୟବର ଉଚ୍ଚନ୍ୟାୟଳୟଙ୍କ ଆଦେଶ କାର୍ଯ୍ୟକାରୀ କରିବାପାଇଁ କାହା ଠାରୁ ଅନୁମତିର ଆବଶ୍ୟକତା ପଡ଼ୁଛି ଆଉ କିଏ ମାଡ଼ିବସିଛନ୍ତି ଉଚ୍ଚନ୍ୟାୟଳୟଙ୍କ ଆଦେଶ?
 ମୁଖ୍ୟ ମନ୍ତ୍ରୀଙ୍କ କ୍ୟାବିନେଟ ସହଯୋଗୀ ତଥା ଜଣେ ବରିଷ୍ଠ ମନ୍ତ୍ରୀଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ ପାଇଁ ମାନ୍ୟବର ଉଚ୍ଚନ୍ୟାୟଳୟ ନିର୍ଦ୍ଦେଶ ଦେବାପରେ ମାନ୍ୟବର ମୁଖ୍ୟମନ୍ତ୍ରୀ କ’ଣ ପାଇଁ ଚୁପ ବସିଛନ୍ତି ?
 ମୁଖ୍ୟମନ୍ତ୍ରୀ ଗୃହର ନେତା ତାଙ୍କ କ୍ୟାବିନେଟ ସହଯୋଗୀ ଥିବା ଜଣେ ମନ୍ତ୍ରୀ ମହୋଦୟଙ୍କ ଏତାଦୃଶ୍ୟ କାର୍ଯ୍ୟ ଗୃହର ଗାରିମା କ୍ଷୂର୍ଣ୍ଣ କରୁ ନାହିଁକି ?
ମାନ୍ୟବର ଉଚ୍ଚନ୍ୟାୟଳୟ ନିର୍ଦ୍ଦେଶ ଦେବାର ଠିକ ମାସକ ପରେ ସୁବର୍ଣ୍ଣପୁର ଏସ୍‌ପି ଉଚ୍ଚନ୍ୟାୟଳୟଙ୍କ ଆଦେଶକୁ ଅନୁଧ୍ୟାନ ଓ ତର୍ଜମା କରିବା କଥା ଅତ୍ୟନ୍ତ ଦୁଭାର୍ଗ୍ୟଜନକ ବୋଲି ଅବିହିତ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ମାନ୍ୟବର ଉଚ୍ଚନ୍ୟାୟଳୟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ଏବଂ ତତ୍‌କ୍ଷଣାତ ସେ ମହାଶୟଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିସ୍କାର କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବୀ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସୁରେନ୍ଦ୍ର ନାଥ କର, ଜିନେଶ ଦାସ, ଅମିତା ବିଶ୍ୱାଳ, ରଜନୀ ମହାନ୍ତି, ଦୀପକ ମହପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More