ଗୋଟେ ଫୋନ କଲ……ହାଲୋ…

0

ହାଲୋ …. କିିଛି ସମୟର ନିରବତା । ଲାଗିଲା ସତେ ଯେମିତି ପାଣି ବିନା ଛଟପଟ ହେଉଥିବା ମାଛ ପାଣି ପାଇଗଲେ ଯେମିତି ଆନନ୍ଦ ପାଏ ଓ ନୂଆ ଜୀବନ ପାଏ । ଠିକ ସେହିପରି ସେଦିନ ଏ ହାଲୋ ଶଦ୍ଧ ଟା ଚିତ ମନରେ ଆଣିଥିଲା ଠିକ ସେପରି ଅନୁଭୂତି । ଯେମିତି ଦୁନିଆର ସବୁକିଛି ମିଳିଯାଇଛି ତାକୁ ଏହି ହାଲୋ ଶଦ୍ଧରେ । କାମରେ ବ୍ୟସ୍ତ ଥିବା ଚିତ ସେଦିନ ହାଲୋ ଶଦ୍ଦ ପରେ ଫୋନ କଟିଗଲା ପରେ ପୁରା ଯେମିତି ଫିରକ ହୋଇଗଲା ସେ । ସବୁ କାମ ଭୂଲି ମନ ତାର ଖୋଜିଲା ସେହି ହାଲୋ ଶଦ୍ଦ ଶୁଣିବାକୁ ପୁରିଥରେ । ହେଲେ ଯେତେ ଚେଷ୍ଟା କଲେ ବି ତାର ଫୋନ ଆଉ ଲାଗିଳାନି କି ଚିତ ହାଲୋ ଶଦ୍ଧ ୁଣିପାରିଲାନି ସେଦିନ । ଦିନ ଯାଇ ରାତି ହେଲା । ହେଲେ ଫୋନ ଆଉ ଆସିଲା ନାହିଁ । କାଳେ କେତେବେଳେ ଫୋନ ଆସିବ ସେ ଭାବନାରେ ବୁଡ଼ି ରହିଥିବା ଚିତ ବାଥରୁମକୁ ବି ମୋବାଇଲ ଫୋନ ନେି ଯାଉଥାଏ । ହଠାତ ପୁଣିଥରେ ରିଙ୍ଗ ହେଲା । ଆଉ ତାପରେ …
କିଛି ସମୟ ଚିତ ଚୁପ ରହି, କହିଲା ହାଲୋ । କିଏ ? କୋଇଲର କଣ୍ଠ ପରି ସେପଟୁ କିଏ ଜଣେ କହିଲା କଣ କରୁଛନ୍ତି । ବାସ… ମନରେ ଆହୁରୀ ଉତ୍କଣ୍ଠା ବଢିଲା କିଏ ସେ ଫୋନ କରିଛି । ମୋ ନମ୍ବର ସେ କିପରି ପାଇଲା । ସେ ମତେ ଜାଣିଛି କି । ମୋ ସାଙ୍ଗ ନା କିଏ ଜଣେ ମତେ ହଇରାଣ କରିବା ପାଇଁ ଏପରି ଥଟ୍ଟାମଜା କରୁଛି । ଏପରି ଭାବି ମୁଁ କହିଲି ହଁ କହନ୍ତୁ । ଆପଣ କିଏ କହୁଛନ୍ତି । ଆଉ ତା ପରେ ଫୋନ କଟିଗଲା ସେଦିନ । ଏପରି ବେଶ କିଛି ଦିନ ଚାଲିଲା ପରେ ହଠାତ ଶୋଇଲା ବେଳେ ଚିତ ପୁଣିଥରେ ସେ ଫୋନକୁ କଲା କଲା । ……ଫୋନ କିଏ ଉଠାଇଲା କେଜାଣେ ହଠାତ ଯାହା କହିଲା ଚିତ ତାହା ଶୁଣି ନିରବ ହୋଇଗଲା । କଣ କହିଲା ସେ ହାଲୋ ନା ଆଉ କିଛି…..

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More