ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ୍

0

ଗୁଜରାଟ : ନିକଟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ନିଜ ପଦରୁ ଇସ୍ତଫା ଦେବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ଅନେକ ହେଭିୱେଟ ନେତାଙ୍କ ନାଁ ଚର୍ଚ୍ଚାରେ ରହିଥିଲା । କିନ୍ତୁ ସମସ୍ତଙ୍କୁ ଚକିତ କରାଇ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲଙ୍କ ନାଁରେ ବିଜେପି ମୋହର ମାରିଛି । ଗୁଜରାଟର ୧୭ଶ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ ୫୯ ବର୍ଷିୟ ‘ବିଜେପି’ ନେତା ଭୂପେନ୍ଦ୍ର ପଟେଲ୍ । ଆଜି ଅପରାହ୍ଣ ୨.୨୦ ମିନିଟ୍‌ରେ ଗୁଜରାଟର ନୂତନ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବା ଲାଗି ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଭୂପେନ୍ଦ୍ର ପଟେଲ୍‌ଙ୍କୁ ଆମନ୍ତ୍ରଣ କରିଛନ୍ତି।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More