ଗରୁଡ କମାଣ୍ଡୋ ସହିଦ ଜେପି ନାରାଲାଙ୍କୁ ମରଣୋତ୍ତର ଅଶୋକ ଚକ୍ର ସମ୍ମାନ

0

ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାୟୁସେନାର ଗରୁଡ କମାଣ୍ଡୋ ସହିଦ୍ ଜୟ ପ୍ରକାଶ ନିରାଲାଙ୍କୁ ପ୍ରଦାନ କରିଛନ୍ତି ସେନାର ସବୁଠାରୁ ସାହସିକତା ପୁରସ୍କାର ଅଶୋକ ଚକ୍ର । ମରଣୋତ୍ତର ଭାବେ ସହିଦ୍ ଜେ ପି ନାରାଲାଙ୍କୁ ଏହି ସେନାର ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି । ଏହି ସମ୍ମାନ ଦେଶର ବାୟୁସେନା ଇତିହାସରେ ଯୋଡି ଦେଇଛି ନୂଆ ଫର୍ଦ୍ଦ । କାରଣ ଏହା ପୂର୍ବରୁ ବାୟୁସେନାର କୌଣସି ଜବାନଙ୍କୁ ଅଶୋକ ଚକ୍ର ପ୍ରଦାନ କରାଯାଇନଥିଲ।। ଏହି କାରଣରୁ ଦେଶର ବାୟୁସେନା ପାଇଁ ଏହା ଗର୍ବ ଓ ଗୌରବର କଥା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଶୋକ ଚକ୍ର ସମ୍ମାନ ପ୍ରଦାନ ଅବସରରେ ଭାବବିହ୍ୱଳ ହୋଇପଡିଥିଲେ । ଆଖିରେ ଆସିଯାଇଥିଲା ଅଶ୍ରୁ । ୨୦୧୭ ମସିହା ନଭେମ୍ବର ୧୮ ତାରିଖରେ ହିଜାନ୍ ଏନକାଉଣ୍ଟର ରେ ସହିଦ୍ ହୋଇଥିଲେ ଗରୁଡ କମାଣ୍ଡୋ ଜୟ ପ୍ରକାଶ ନିରାଲା । ଆତଙ୍କବାଦୀ ଅପରେସନରେ ଗୁଳି ଖାଇ ଘାଇଲା ହୋଇଥିଲେ ନାରାଲା । ତଥାପି ସାହସର ସହିତ ଲଢେଇ କରିଥିଲେ ଆତଙ୍କବାଦୀଙ୍କ ସହ । ଆଉ ଗରୁଡ କମାଣ୍ଡୋ ଜେପି ନିରାଲାଙ୍କ ଗୁଳିରେ ଟଳିଥିଲେ ୩ ଆତଙ୍କବାଦୀ । ଏହା ମଧ୍ୟରେ ଥିଲା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଜାକିଉର ରେହମାନ୍ ଲକଭିର ପୁତୁରା । ବାୟୁସେନାର ଏହି ଲଢୁଆ କମାଣ୍ଡୋ ଏହା ପରେ ଆଖି ବୁଜିଥିଲେ ।
ଜେପି ନାରାଲା ଥିଲେ ବିହାରର ବାସିନ୍ଦା । ବାୟୁସେନାର ଗରୁଡ କମାଣ୍ଡୋ ବାହିନୀରେ ତାଙ୍କର ନିଯୁକ୍ତି ଥିଲା । ପଠାନକୋଟ୍ ଆକ୍ରମଣ ପରେ ଏମାନଙ୍କୁ ଜାମ୍ମୁ କାଶ୍ମୀରରେ ମୁତୟନ କରାଯାଇଥିଲ।। ଏବେ ଦେଶରେ ୧୦୦ ଜଣ ଗରୁଡ କମାଣ୍ଡୋ ଜାମ୍ମୁ କାଶ୍ମୀରରେ ସେନା ଓ ପୋଲିସ ସହ ବିଭିନ୍ନ ଦଳରେ ସାମିଲ ଅଛନ୍ତି । ଏହି ବୀର ଜବାନଙ୍କୁ ୬୯ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଦେଶ ପ୍ରଦାନ କରିଛି ସେନା ସବୁଠାରୁ ବଡ ଗାଲାଣ୍ଟ୍ରି ଆୱାର୍ଡ ଅଶୋକ ଚକ୍ର ସମ୍ମାନା
କଣ ଥିଲା ହିଜାନ୍ ଏନକାଉଣ୍ଟର ?
ମରଣୋତ୍ତର ଅଶୋକ ଚକ୍ର ସମ୍ମାନରେ ସମ୍ମାନୀତ ହୋଇଛନ୍ତି ବାୟୁସେନାର ଗରୁଡ କମାଣ୍ଡୋ ସହିଦ୍ ଜେପି ନିରାଲା । ଏବେ ସହିଦ୍ ଜେପି ନିରାଲାଙ୍କ କଥା ଯେବେ ବି ମନକୁ ଆସିବ, ଆପେ ଆପେ ମନକୁ ଆସିବ ହିଜାନ୍ ଏନକାଉଣ୍ଟର କଥା । ତାରିଖ ଥିଲା ନଭେମ୍ବର ୧୮, ୨୦୧୭ । ଜାମ୍ମୁ କାଶ୍ମୀରର ବାନ୍ଦିପୋରା ନିକଟ ଚାନ୍ଦିରଗେର ଗାଁ ନିକଟ ହିଜାନ୍ ଅଂଚଳରେ ଆତଙ୍କବାଦୀଙ୍କ ହଲଚଲ୍ ନେଇ ଠୋସ୍ ପ୍ରମାଣ ଲାଗିଥିଲା ସେନା ହାତରେ । ତୁରନ୍ତ ସେନା ଆରମ୍ଭ କଲା ସର୍ଚ୍ଚ ଅପରେସନ । ଏତିକି ବେଳେ ଗୋଟିଏ ଘରେ ଲୁଚି ରହି ଆତଙ୍କବାଦୀ ସେନା ଉପରକୁ ଗୁଳି ଚଳାଇବାକୁ ଲାଗିଲେ । ପାଲଟା ଜବାବ୍ ଦେଲା ସେନା । ହେଲେ ଅପରେସନର ଲିଡ୍ କରୁଥିବା ଗରୁଡ କମାଣ୍ଡୋ ଜେପି ନିରାଲାଙ୍କୁ ଲାଗିଲା ୩ ଗୁଳି । ଗୁରୁତର ଆହତ ହୋଇଗଲୋ ରକ୍ତାକ୍ତ ଅବସ୍ଥାରେ ବି ହୋସ୍ ହରାଇଲେନି ଜେପି ନିରାଲା । ନିଜର ଲାଇଟ୍ ମେସିନ୍ ଗନ୍ ରୁ ଅତି ଶକ୍ତିର ସହ ଗୁଳି ଚଳାଇଲେ ।ଏଥିରେ ଟଳି ପଡିଥିଲେ ୩ ଆତଙ୍କବାଦୀ । ଏହି ଅପରେସନରେ ସେନା ମୋଟ୍ ୬ ଆତଙ୍କବାଦୀଙ୍କୁ ନିପାତ୍ କରିଥିଲ।। ଯାହା ଭିତରୁ କେବଳ ଜେପି ନିରାଲା ଏକଲା ମାରିଥିଲେ ୩ ଆତଙ୍କବାଦୀଙ୍କୁ । ଏହି ହିଜାନ୍ ଏନକାଉଣ୍ଟରରେ ଦେଶ ସବୁଦିନ ପାଇଁ ଏହାର ବୀର ଜବାନ୍ ଗରୁଡ କମାଣ୍ଡୋ ଜୟ ପ୍ରକାଶ ନିରାଲାଙ୍କୁ ହରାଇଥିଲା । ଆଜି ତାଙ୍କର ବଳିଦାନକୁ ଦେଶ ପ୍ରଣାମ କରୁଛିା

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More