ଗଣତନ୍ତ୍ର-ନେତା-ଭୋଟର : ବ୍ୟଙ୍ଗ କବିତା

0

କଣ କି ତୁମେ ଗଣତନ୍ତ୍ରରେ
ତୁମେ ନିଜେ ଜଣେ ଭୋଟର ଟୀଏ,
ତମ ଭୋଟଟୀ କାହାକୁ ଦେଉଛ
ନିଜ ପାଇଁ ଦିନେ ଭାବିଛ ହାଏ ।
୫/୬ ଥର ନେତା ବନିଲଣି
ଟଙ୍କାରେ ହେଉ କି ଭାବରେ ହେଉ,
ଆଉ ନିଜ ପାଇଁ ପ୍ରଚାର କରନି
ଲୋକ ଜାଣିଲେଣି କମିଲା ଭଉ ।
ବାଛ ପ୍ରତିନିଧି ତମଦଳୁ ତମେ
ତାଙ୍କ ପାଇଁ ତୁମେ କର ପ୍ରଚାର,
ଗଣତନ୍ତ୍ର ଏହା ଜନତନ୍ତ୍ର ନୁହେଁ
ସୁବର୍ଣର ମୃତି ହେବ ତିଆରି
ହେଳା କରନାହିଁ ନେତୃ ମଣ୍ଡଳୀ ମୋ
ଗଣତନ୍ତ୍ରକୁ ଜଦି ପାଉଛ ଭଲ,
ଚଉକି ର ନିଶା ଆପେ ଆପେ ଛାଡ
ସମାଜ ତୁମକୁ କରିବ ଗେଲ ।
ସଭା ମଣ୍ଡପ ର କରି ଆୟୋନ
ଘୋଷଣା କାରାଅ ନୁଆ ପିଢିଙ୍କୁ
ତାଙ୍କ ପାଇଁ ତୁମେ ପ୍ରଚାର କରାଅ
କଥା ରହିଥିବ କାଳ କାଳକୁ ।
ବ୍ୟଙ୍ଗ କବି – ହରେକୃଷ୍ଣ ପଟ୍ଟନାୟକ,ତିଗିରିଆ,କଟକ

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More