ଗଞ୍ଜାମରେ କୋଭିଡ ସ୍ଥିତି ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପ୍ରତିକ୍ରିୟା

0

ଗଞ୍ଜାମ : ଗଞ୍ଜାମରେ କୋଭିଡ ସ୍ଥିତି ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପ୍ରତିକ୍ରିୟା । ଗଞ୍ଜାମ ଜିଲ୍ଲା ପ୍ରସାଶନ କୋଭିଡ ସଂକ୍ରମଣ ରୋକିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ପ୍ରତିଦିନ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ କଥା ହେଉଛି । ପ୍ରଥମ ଦଫାରେ କିଛି ନଥିଲା । କିନ୍ତୁ ପରବର୍ତୀ ମୁହୂର୍ତ୍ତରେ ଗୁଜୁରାଟ ,ମହାରାଷ୍ଟ୍ର ପରି ବିଭିନ୍ନ ରାଜ୍ୟରୁ ପ୍ରବାସୀ ଫେରିବା ପରେ ଏପରି ହୋଇଛି । ତେଣୁ ସରକାରଙ୍କ ଯାହା ଗାଇଡଲାଇନ ରହିଛି ତାହା ସମସ୍ତେ ମାନିଲେ ମାସକ ମଧ୍ୟରେ କମିବ । ଲୋକ ମାନେ ମାନୁଛନ୍ତି ଓ ପୋଲିସ ବି କାମ କରୁଛି । କିନ୍ତୁ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି ।

କେନ୍ଦ୍ର ସରକାର ଓ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଜୁଲାଇ ମାସକୁ ଗୁରୁତ୍ୱପୂର୍ଣ ବୋଲି ଘୋଷଣା କରିଛନ୍ତି । ରାଜ୍ୟରେ ଯେତିକି ଭଲ ହେଉଛନ୍ତି ପଜିଟିଭ ବି ବାହାରିଛନ୍ତି । ଗତ ମାସରେ ବିଧାନସଭା ର ବିଭିନ୍ନ କମିଟି ବୈଠକ ପାଇଁ ଅନୁମତି ଦେଇଥିଲୁ । ସେଥିରୁ କିଛି ବି ହୋଇଥିଲା । କିନ୍ତୁ ଗତ କାଲି ସବୁ ବୈଠକ ବାତିଲ ନେଇ ନିଷ୍ପତି କରାଯାଇଛି । ବିଧାନସଭା ମାର୍ଚ୍ଚ 30 ରେ ହୋଇଥିଲା,ଆଉ 6 ମାସ ଭିତରେ ହେବା କଥା । ଏ ନେଇ ଲୋକସଭା ବାଚସ୍ପତି,ରାଜ୍ୟସଭା ଓ ଲୋକସଭା ସଚିବ , ରାଜ୍ୟପାଳଙ୍କ ସହିତ କଥା ହୋଇଛି । ଏ ନେଇ ସମସ୍ତଙ୍କର ମତକୁ ଅପେକ୍ଷା କରାଯାଇଛି । ମତ ଆସିବା ପରେ ପରିସ୍ଥିତିକୁ ଦେଖି କଣ କରାଯାଇପାରିବ ନିସ୍ପତି ହେବ । ଗାଇଡ୍ଲାଇଁ ଯାହା ଆସିବ ସେ ଅନୁସାରେ ନିଷ୍ପତି ହେବ । ଅନ୍ୟ ରାଜ୍ୟ ବି ନିଷ୍ପତ୍ତି କୁ ଚାହିଁ ବସିଛନ୍ତି ।
ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସୂଚନା

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More