ଗଙ୍ଗାରେ ଭାସୁଛି କଳା ଟଙ୍କା

0

ଗଙ୍ଗାନଦୀରେ ଭାସୁଛି ଅଚଳ ୫ଶହ ଓ ହଜାରେ ଟଙ୍କିଆ ବଣ୍ଡଲ ବଣ୍ଡଲ ନୋଟ୍ । ଭାରତ ସରକାର ଦେଶରେ ୫ଶହ ଓ ହଜାରେ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିବା ପରେ ଏବେ କଳାଟଙ୍କା ଜମାକାରୀଙ୍କ ମୁଣ୍ଡରେ ପଡ଼ିଛି ବଜ୍ର । ଯାହାର ଏକ ପ୍ରତିଫଳନ ଦେଖିବାକୁ ମିଳିଛି ଗଙ୍ଗାନଦୀରେ । ଅନ୍ୟାୟ ଉପାୟରେ ଅର୍ଜିତ ଏହି ଅସତ୍ ଧନ ସେମାନଙ୍କ ନିଦ ହଜାଇ ଦେଇଛି । କିଏ ଅଳିଆ ଗଦାରେ ବିଡ଼ା ବିଡ଼ା ଅଚଳ ନୋଟକୁ ଫିଙ୍ଗି ଦେଉଛି ତ କିଏ ନଈନାଳରେ ଭସାଇ ଦେଉଛି । ଏପରି କି ମହାରାଷ୍ଟ୍ରର ଏକ ଅଳିଆଗଦାରୁ ଗତକାଲି ୫୨ହଜାର ଟଙ୍କାର କେବଳ ୫ଶହ ଓ ହଜାରେ ଟଙ୍କିଆ ଭର୍ତିି ବ୍ୟାଗ୍ ଉଦ୍ଧାର ହୋଇଥିଲା । ଆଜି ମଧ୍ୟ ଉତରପ୍ରଦେଶର ମିର୍ଜାପୁରରେ ୫ଶହ ଓ ହଜାରେ ଟଙ୍କିଆ ନୋଟ୍ ଭର୍ତି ଏକ ବସ୍ତାକୁ ଗଙ୍ଗାନଦୀରେ ଭାସୁଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ । ଏପରି ଘଟଣା ପ୍ରଘଟ ହେବା ପରେ ଗଙ୍ଗାନଦୀ କୂଳରେ ଏବଂ ପାଣିଭିତରେ ଅନେକ ଲୋକଙ୍କୁ ଦେଖିବାକୁ ମିଳିଥିଲା । ଏପରି କି କିଛି ଲୋଭୀ ପାଣି ଭିତରେ ବୁଡ଼ି ଖୋଜି ଚାଲିଥିଲେ ହଜାରେ ଆଉ ୫ଶହ ଟଙ୍କିଆ ନୋଟ୍ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More