ଖୋଲିଲା ଶ୍ରୀମନ୍ଦିର : ଦର୍ଶନ ଦେବେ ମହାପ୍ରଭୁ

0

ପୁରୀ : ଆଜି ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ହୋଇଛି I ମହାମାରୀ କରୋନା ଯୋଗୁ ୯ ମାସ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିର ସମେତ ସମସ୍ତ ଧର୍ମାନୁଷ୍ଠାନ ଗୁଡିକ ଆଜି ସକାଳୁ ଖୋଲାଯାଇଛି । ଏଥି ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା (ଏସ୍.ଓ.ପି.) ଓ କେତେକ ନୂଆ ନିୟମ ମଧ୍ୟରେ ସକାଳ ୭ଟାରୁ ଦର୍ଶନ ଆରମ୍ଭ ହୋଇଛି । ମାର୍କେଟ୍‌ ଛକରୁ ବାରିକେଡ୍‌ କରି ଭକ୍ତଙ୍କୁ ସିଂହଦ୍ବାରଠାରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଥିବା ବେଳେ କରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା, ସାନିଟାଇଜର ବ୍ୟବସ୍ଥା କରାଯାଇଛି ।
ପ୍ରଥମ ୩ଦିନ ସେବାୟତ ଓ ସେମାନଙ୍କ ପରିବାର ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ । ଅଣ ସେବାୟତଙ୍କୁ ଚିହ୍ନଟ ପାଇଁ ଜେଟିପି ଓ ପୋଲିସ ମୁତୟନ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କୁ ଯୋଗାଇଦିଆଯାଇଥିବା ସ୍ବାସ୍ଥ୍ୟ ଓ ଅନ୍ୟ କୌଣସି ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିର ଯେ କୌଣସି ଦ୍ବାର ଦେଇ ପ୍ରବେଶ କରିପାରିବେ ସେବାୟତ ଓ ସେମାନଙ୍କ ପରିବାର ବର୍ଗ । ଶ୍ରୀମନ୍ଦିର ୪ଦ୍ୱାରରେ ସେବାୟତଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପୁଲିସ (ଜେଟିପି) ଚିହ୍ନଟ କରିବେ । ଡିସେମ୍ବର ୨୬ରୁ ୩୧ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ପୁରୀ ସହରବାସୀଙ୍କ ଦର୍ଶନ ଆରମ୍ଭ ହେବ । ସକାଳ ସାଢ଼େ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ । ୩୧ ତାରିଖ ସଂଧ୍ୟାରେ ଦର୍ଶନ ବନ୍ଦ ହେବ । ଡିସେମ୍ବର ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More