ଖୁଚୁରା ନାହିଁ: ଅଭଡ଼ା ଖାଇବାରୁ ବଂଚିତ ହେଲେ ଭକ୍ତ

0

ଖୁଚୁରା ନାହିଁ । ଏଣୁ ପବିତ୍ର କାର୍ତିକ ପୂର୍ଣ୍ଣମୀ ଭଳି ଦିନରେ ଅନେକ ହବିଷ୍ୟାଳୀ, ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କୁ ମିଳିଲାନି ଅଭଡ଼ା । ପୂର୍ଣ୍ଣମୀ ଅବସରରେ ପ୍ରତିବର୍ଷ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । କାରଣ ଏ ମାସ ହିନ୍ଦୁ ଧର୍ମର ଧର୍ମମାସ ବୋଲି ବିବେଚନା କରାଯାଇଥାଏ । ଗତ ୫ଦିନ ଧରି ଚାଲିଥିବା ପଂଚୁକ ଉତ୍ସବରେ ବହୁ ସଂଖ୍ୟାରେ ଭକ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀରେ ପହଂଚିଥିଲେ । ସରକାରଙ୍କର ୫ଶହ ଓ ହଜାରେ ଟଙ୍କିଆ ନୋଟ ଅଚଳର ପ୍ରଭାବ ପଡ଼ିଥିଲା ପୁରୀକୁ ଆସିଥିବା ଭକ୍ତଙ୍କ ଉପରେ । ଯାହାକି ଭକ୍ତଙ୍କ ମନରେ ଗଭୀର ଆବେଗ ସୃଷ୍ଟି କରିଛି । ଅପରପକ୍ଷରେ ସେବାୟତମାନେ ମଧ୍ୟ ଅଭଡ଼ା ବିକି ପାରିନଥିଲେ । ପ୍ରତିଦିନ ପ୍ରାୟ ୧୦ହଜାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତ ହେଉଥିବା ବେଳେ ପାଖାପାଖି ୧୦ଲକ୍ଷ ଟଙ୍କାରେ ଏସବୁ ବିକି୍ର ହୋଇଥାଏ । ଯାହା କି ଭାରତବର୍ଷର ସବୁଠାରୁ ବଡ଼ ପ୍ରସାଦ ସଂସ୍ଥା ଭାବେ ପରିଗଣିତ । ବଡ଼ ନୋଟ୍ ଅଚଳ ହେବାରୁ ଆନନ୍ଦ ବଜାରରେ ଭକ୍ତ ମହାପ୍ରସାଦ ଟିକେ ପାଇବା ପାଇଁ ଡହଳବିକଳ ହୋଇଥିଲେ । କିଛି ସେବାୟତଙ୍କ ମତରେ ପ୍ରତିବର୍ଷ କାର୍ତିକ ମାସରେ ସବୁଠାରୁ ଅଧିକ ଆୟ ହୋଇଥାଏ । ହେଲେ ଚଳିତବର୍ଷ ସରକାରଙ୍କର ଏହି ନିଷ୍ପତି ଯୋଗୁଁ ଆମ ବେପାରରେ କ୍ଷତି ହେବା ସହ ଭକ୍ତମାନେ ମଧ୍ୟ ସୁଚାରୁରୂପେ ମହାପ୍ରସାଦ ପାଇବାରୁ ବଂଚିତ ହୋଇଥିବା କହିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More