କୋଭିଡ୍‌ ଯୋଦ୍ଧା ସବ୍‌-ଇନିସ୍‌ପେକ୍‌ଟର ବି.ବି. ସେଠୀଙ୍କ କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

0

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର କୋଭିଡ୍‌ ଯୋଦ୍ଧା ସବ୍‌-ଇନିସ୍‌ପେକ୍‌ଟର ବି.ବି. ସେଠୀ କୋଭିଡ୍‌ରୁ ସୁସ୍ଥ ହୋଇ ପୁଣିଥରେ କାର୍ଯ୍ୟରେ ଯୋଗଦେଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କର୍ତ୍ତବ୍ୟ ପ୍ରତି ଏଭଳି ଉତ୍ସର୍ଗୀକୃତ ମନୋଭାବ କୋଭିଡ୍‌ ବିରୁଦ୍ଧରେ ଆମର ସଂଗ୍ରାମକୁ ଆହୁରି ସଶକ୍ତ କରିଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ।

କୋଭିଡ୍‌-୧୯ ନିୟମାବଳୀ ଅନୁପାଳନ କରୁନଥିବା ଦୋକାନ ଏବଂ ଜନସାଧାରଣଙ୍କ ଉପରେ ଭୁବନେଶ୍ୱର ମହାନଗର ନିଗମର ଚଢ଼ଉ ଟିମ୍‌ ଜରିମାନା ଆଦାୟ ପ୍ରସ୍ତୁତିକୁ ଜୋରଦାର କରିଛି । ମାସ୍କ ପିନ୍ଧି ନଥିବା, ଦୋକାନ ସମ୍ମୁଖରେ ଗହଳି କରିବା, ଆବର୍ଜନା ପକାଇବା ଏବଂ ସାମାଜିକ ଦୂରତ୍ୱ ନରଖିବା ଆଦି ପାଇଁ ୨,୬୭,୦୦୦ ଟଙ୍କାର ଜରିମାନା ଆଦାୟ କରାଯାଇଛି । ଚଳିତ ଜୁଲାଇ ମାସରେ ଏହି ଚଢ଼ଉ ଆହୁରି ବ୍ୟାପକ କରାଯିବ ।

ଭୁବନେଶ୍ୱର ବସ୍ତି ଅଞ୍ଚଳରେ କୋଭିଡ୍‌ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଘରକୁ ଘର ନିରୀକ୍ଷଣ ଜାରି ରହିଛି । ପୂର୍ବରୁ ଚିହ୍ନଟ ହୋଇଥିବା କୋଭିଡ୍‌ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଉଛି ଏବଂ କୋଭିଡ୍‌ ଲକ୍ଷଣ ଥିଲେ ତୁରନ୍ତ କୋଭିଡ୍‌ ପରୀକ୍ଷା କରାଯାଉଛି ।

ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ରାଜ୍ୟର କୁକୁଡ଼ା ଚାଷୀ ଏବଂ ପ୍ରବାସୀମାନଙ୍କ ପାଇଁ ‘କେଜ୍‌ ବ୍ୟବସ୍ଥାରେ ଲେୟାର ଫାର୍ମିଂ ଜରିଆରେ କୁକୁଡ଼ା ଚାଷ (୧୦୦୦ କୁକୁଡ଼ା) ପାଇଁ ଚାଷୀମାନଙ୍କୁ ସହାୟତା ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଦ୍ୱାରା କୃଷକ ଓ ପ୍ରବାସୀମାନେ ଲେୟାର ଫାର୍ମିଂ ମାଧ୍ୟମରେ ଉପକୃତ ହେବେ ।
କୋଭିଡ୍‌-୧୯ ପରିସ୍ଥିତିରେ ଟିକସ ପୈଠ ନିମନ୍ତେ ଗାଡ଼ି ମାଲିକମାନେ ଅସୁବିଧାର ସମ୍ମୁଖୀନ ହେଉଥିବାକୁ ଦୃଷ୍ଟିରେ ରଖି ଚଳିତ ଜୁଲାଇରୁ ସେପ୍ଟେମ୍ବର ତିନିମାସ ପାଇଁ ମୋଟର ଯାନ ଟ୍ୟାକ୍ସ/ଅତିରିକ୍ତ ଟ୍ୟାକ୍ସ ପୈଠକୁ ୩୦ ସେପେଫମ୍ବର, ୨୦୨୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ଏ ସଂପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ଓଡ଼ିଶାକୁ ଫେରି ଆନୁଷ୍ଠାନିକ କ୍ୱାରାଣ୍ଟାଇନ୍‌ ଶେଷ କରିଥିବା ଭୁବନେଶ୍ୱର :୧୦ଜୁଲାଇ,୨୦୨୦

ପ୍ରବାସୀମାନଙ୍କୁ ୨୦୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଏ ବାବଦରେ ୭୩ କୋଟି ୯୬ ଲକ୍ଷ ୯୫ ହଜାର ଟଙ୍କା ପ୍ରଦାନ କରାଯାଇ ସାରିଛି । ଏହି ସମସ୍ତ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଭରଣା କରାଯାଉଛି ।

‘ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’

କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୫,୯୫୮ ଟି କୋଭିଡ୍‌ କେୟାର ହୋମ୍‌ ସ୍ଥାପିତ ହୋଇଛି । ଏଥିରେ ମୋଟ ୫୯,୪୬୫ ଶଯ୍ୟାର ବ୍ୟବସ୍ଥା କରାଯାଇଛି ।

ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଜୁଲାଇ ୯ରୁ ଜୁଲାଇ ୧୦ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୫ ଟି ମାମଲା ଦାୟର କରାଯାଇଛି । ଏଥି ମଧ୍ୟରୁ ୧୪ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୧ଟି ମାମଲା ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ପାଇଁ ଅଟେ । ୨୧ ଜଣଙ୍କୁ ବିଭିନ୍ନ ଅଭିଯୋଗରେ ଗିରଫ କରାଯାଇଛି ।
ସର୍ବଶେଷ ସ୍ୱାସ୍ଥ୍ୟସୂଚନା…
କୋଭିଡ-୧୯ ରୋଗୀଙ୍କ ସୁସ୍ଥ ସଂଖ୍ୟା କ୍ରମାନ୍ୱୟରେ ତିନିଦିନ ଧରି ବୃଦ୍ଧି ପାଇଛି ।
ଆଜି ରେକର୍ଡ ସଂଖ୍ୟକ ସର୍ବାଧିକ ୫୬୫ ଜଣ କୋଭିଡ୍‌ ରୋଗୀ ସୁସ୍ଥ ହୋଇଛନ୍ତି ।
ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୩,୨୧,୪୪୩ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି ।
ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୧,୯୫୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।
୭୯୭୨ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି ।
୫୬ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି ।
ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୩୯୧୧ରହିଛି ।
୪,୪୭୬ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ।

ସୁଚେତା ପ୍ରିୟଦର୍ଶିନୀ

ସୂଚନା ଅଧିକାରୀ

‘ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More