କିଏ କନ୍ଦାଇଲା ରାନୀଙ୍କୁ …? ପଢନ୍ତୁ ଏହି ରିପୋର୍ଟ ….

0

ଖଣ୍ଡଗିରି ମେଳାରେ ଓ ଏଇସପ୍ତାହରେ ସବୁଠୁ ଚର୍ଚାର ଶୀର୍ଷରେ କିଏ ରହିଥାଏ , ସେ ହେଉଛନ୍ତି ଯାତ୍ରା ଜଗତର ଜଣାଶୁଣା ନୃତ୍ୟ ଶିଳ୍ପୀ ରାନୀ ପଣ୍ଡା I ଖଣ୍ଡଗିରି ପେଣ୍ଡାଲରେ ରାନୀଙ୍କ ଡ୍ୟାନ୍ସର ଜଲବା ଦେଖିବାପାଇଁ ମସଗୁଲ ହୋଇଥିଲେ ହଜାର ହଜାର ଦର୍ଶକ I ରାନୀଙ୍କ ନାଚ ଯେତିକି ଚର୍ଚା ଥିଲା ସେତିକି ଧୁମ ମଚାଇଥିଲେ ଦର୍ଶକ I ବିଭିର୍ନ ଟିଭି ପରଦାରେ ତାଙ୍କର ଏକ ଭାଇରଲ ନାଚକୁ ନେଇ ସେ ଖୁଲମ ଖୁଲା ରିଆକ୍ସନ ରଖି ରାତରାତି ପପୁଲାର ହୋଇଥିଲେ I ଯେଉଁ ରାନୀ ଏତେ ନିର୍ଭିକ ଓ ସ୍ପଷ୍ଠଭାବେ ରୋକଠୋକ ମତାମତ ରଖିଥିଲେ ତାଙ୍କ ଆଖିରୁ ଲୁହ ଝରିବା ଅନେକଙ୍କୁ ବିସ୍ମିତ କରିଛି I ତେବେ କାହିଁକି କାନ୍ଦିଲେ ରାନୀ ..? କିଏ ତାଙ୍କୁ କନ୍ଦାଇଲା ? କେଉଁ କାରଣରୁ ରାନୀ ତାଙ୍କର କୋହକୁ ସମ୍ଭାଳି ପାରିଲେ ନାହିଁ I ତାହା ଏବେ ଚାରିଆଡେ ଚର୍ଚା I ରାନୀଙ୍କ କାନ୍ଦ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I ଆଉ ଏହାର ରହସ୍ୟ ହେଉଛି ନିୟୁଜ ୱାର୍ଲଡ ଓଡିଶା ଇନପୁଟ ହେଡ଼ ରଙ୍ଗାଧର ପଣ୍ଡାଙ୍କ ପ୍ରଶ୍ନ I ପ୍ରଶ୍ନ ଥିଲା ଏପରି …
ପ୍ରଶ୍ନ – ଅଭାବୀ ଆପଣଙ୍କୁ ଅଧ ନଗ୍ନ କରିବାକୁ ବାଧ୍ୟ କଲା କି…..? ରଙ୍ଗାଧରଙ୍କ ଏହି ପ୍ରଶ୍ନ ଯାତ୍ରା ପେଣ୍ଡାଲର ଜଲବା ଦେଖାଉଥିବା ଓ ଚର୍ଚିତ ରାନୀ ନିଜର କୋହକୁ ସମ୍ଭାଳି ପାରିନଥିଲେ I କାନ୍ଦି କାନ୍ଦି ରାନୀ କହିଥିଲେ ମୋ ଜୀବନରେ ମୁଁ ଯେତେ ଦୁଃଖ କଲିନି ମୁଁ ପଥର ହୋଇଗଲିଣି I ମାରିଦେବ ମାରିଦିଅ ମନ ଦୁଖବି ନାହିଁ I ଦର୍ଶକଙ୍କ ପାଇଁ ଏଇ କେଇ ପଦ କହି ରାନୀଙ୍କ ଆଖିରୁ ଅଶ୍ରୁର ଧାରା ବୋହି ଚାଲିଲା I ଯାହାଏବେ ଶୋସିଲା ମିଡିଆରେ ଭାଇରଲ ହେବାରେ ଲାଗିଛି I ତେବେ ରାନୀଙ୍କ କାନ୍ଦର ପୁରା ରହସ୍ୟ ରଙ୍ଗାଧରଙ୍କ ସାକ୍ଷାତକାର ଦେଖିଲେହିଁ ସ୍ପଷ୍ଟ ହେବ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More