କାଶ୍ମୀର ଉପତ୍ୟକାରେ ୩ଶହ ଆତଙ୍କୀ

0

ଅଶାନ୍ତ ହୋଇପଡ଼ିଛି ଜମ୍ମୁ-କାଶ୍ମୀର । କାଶ୍ମୀର ଉପତ୍ୟକାରେ ଏବେ ୩ଶହ ଆତଙ୍କୀ ଭାରତରେ ଅନୁପ୍ରବେଶ କରିବାକୁ ଚଳାଇଛନ୍ତି ଉଦ୍ୟମ । ଭାରତୀୟ ଗୁଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ୩ଶହ ଆତଙ୍କୀଙ୍କ ବ୍ୟତୀତ ଆହୁରି ଅନେକ ଆତଙ୍କୀ ଭାରତ ସୀମାନ୍ତ ଆରପଟେ ରହି ଜମ୍ମୁ-କାଶ୍ମୀରରେ ପ୍ରବେଶ କରିବାକୁ ଉଦ୍ୟମ ଚଳାଇଛନ୍ତି । ଯାହାକି ଏବେ ଚିନ୍ତାର ବିଷୟ ହୋଇଛି ସୀମାନ୍ତବର୍ତି ଗାଁଗୁଡ଼ିକ ପାଇଁ । ଜମ୍ମୁ-କାଶ୍ମୀର ଡିଜି କେ. ରାଜେନ୍ଦ୍ର କହିଛନ୍ତି ଗତକାଲି ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍ତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଏଥିରେ ଜମ୍ମୁ-କାଶ୍ମୀରର ସୁରକ୍ଷା ବ୍ୟବସ୍ଥା ଉପରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ମେହେବୁବା । ଗତ ଜୁଲାଇରେ ହିଜବୁଲ୍ ମୁଜାହିଦ୍ଦିନ୍ କମାଣ୍ଡର ବୁରହାନ୍ ବାନୀ ମୃତୁ୍ୟ ପରେ ୪ମାସ ହେଲାଣି ଲଗାତାର ସମଗ୍ର ଜମ୍ମୁ-କାଶ୍ମୀରରରେ ଅଶାନ୍ତି ଲାଗିରହିଛି । ଏହାର ଫାଇଦା ଉଠାଉଛନ୍ତି ଆତଙ୍କୀ । ସେପେଟ ପାକିସ୍ତାନୀ ସେନା ଓ ଆତଙ୍କୀଙ୍କ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ ସୀମାନ୍ତବର୍ତି ଅଂଚଳ ପାଇଁ ବିପଦ ଆଣିଦେଉଛି । ଆତଙ୍କୀମାନେ ସ୍ଥାନୀୟ କିଛି ଯୁବକଙ୍କୁ ହିଂସା ପାଇଁ ଉସୁକାଉଛନ୍ତି । ଏ ଭିତରେ ପ୍ରାୟ ୭୦ଟି ସରକାରୀ କୋଠାରେ ନିଆଁ ଲାଗିସାରିଲାଣି । ସେଥିରୁ ୫୩ଟି ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଏହା ଉଭୟ ପୋଲିସ ଏବଂ ଭାରତୀୟ ସେନା ପାଇଁ ଚିନ୍ତାର କାରଣ ହୋଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More