ଦୁଇଟି ଟେଷ୍ଟରେ ବିରାଟ ବ୍ରିଗେଡକୁ ସାମ୍ନା ନ କରିପାରି ବିଦେଶୀ ମାଟିରେ ନୟାନ୍ତ ହୋଇଛି ଇଂଲଣ୍ଡ । ରାଜକୋଟ ମ୍ୟାଚ ଡ୍ର ହୋଇଥିବାରୁ ଆପାତତଃ ଆଶ୍ୱସ୍ତି ପାଇଥିଲା ଇଂଲଣ୍ଡ । ହେଲେ ଭାଇଜାଗ ଟେଷ୍ଟରେ ଯାଦୁଗରୀ ସ୍ପିନର ଅଶ୍ୱୀନକୁ ସାମ୍ନା କରି ପରାସ୍ତ ହୋଇଛି ଇଂଲଣ୍ଡ । ୫ଟି ଟେଷ୍ଟ ଶୃଂଖଳାରୁ ୨-୧ରେ ଆଗୁଆ ରହିଛି ଭାରତ । ତେଣୁ ଅନ୍ତିମ ମ୍ୟାଚ ଅପେକ୍ଷା ତୃତୀୟ ମ୍ୟାଚରେ ବିଜୟ ହାସଲ କରି ଟ୍ରାକକୁ ଫେରି ୪ର୍ଥ ମ୍ୟାଚରେ କଡା ମୁକାବିଲା ଆଶା କରିଛି ଇଂଲଣ୍ଡ । କାରଣ ବିରାଟ ବାହିନୀ ଭାଇଜାଗ ଟେଷ୍ଟର ଦ୍ୱିତୀୟ ଇନିଂସରେ ଏତେ ଭଲ ସ୍କୋର କରି ପାରିନଥିବାରୁ ଇଂଲଣ୍ଡ ତାର ବୋଲିଂରେ ନିଜର ମନୋବଳ ବୃଦ୍ଧି ପାଇଥିବ । କାରଣ କୁହାଯାଏ ବିଜୟର ଉତ୍ସ ମ୍ୟାଚର ପରାଜୟରୁ ହୋଇଥାଏ । ତେବେ ଲଗାତାର ଇଂଲଣ୍ଡ ବିପକ୍ଷର ଦୁଇଟି ମ୍ୟାଚ ଖେଳିଥିବା ଉଇକେଟ କିପର ରିଦ୍ଦିମାନ ଶାହା ଆହାତ କାରଣରୁ ପାର୍ଥିବ ପଟେଲ ଖେଳିବେ ତାଙ୍କ ସ୍ଥାନରେ । ଦୀର୍ଘ ଦିନ ଧରି ଲାଇମ ଲାଇଟରେ ନଥିବା ପାର୍ଥିବ ପଟେଲଙ୍କ କ୍ୟାରିଅର ପାଇଁ ଏହା ଏକ ବଡ ଚ୍ୟାଲେଞ୍ଜ ହେବ । ସେପେଟ ମ୍ୟାଚ ୨-୨ରେ ରଖିବା ପାଇଁ ଇଂଲଣ୍ଡ ଫିଲ୍ଡରେ ବେଶ ଝାଳ ବୁହାଇଛି । ମୋହାଲି ପିଚ୍ ଫାଷ୍ଟ ବୋଲରଙ୍କୁ ସୁଯୋଗ ଦେଇଥାଏ । ତେଣୁ ଇଂଲଣ୍ଡରେ ଫାଷ୍ଟ ବୋଲରଙ୍କ ପ୍ରଦର୍ଶନ ଭଲ ରହିଥିବାରୁ କୋହଲିଙ୍କ ବ୍ୟାଟସମ୍ୟାନଙ୍କୁ ଚକମା ଦେଇପାରେ ଇଂଲଣ୍ଡ ।