କରୋନା ମହାମାରୀ ପ୍ରଭାବରେ ଦେଶର ଜନସାଧାରଣ ଭୟବିତ୍ତ ଅବସ୍ଥାରେ ଥିବାବେଳେ ଧନୀ ଶ୍ରେଣୀର ତଥା ଉଚ୍ଚମଧ୍ୟବିତ ଶ୍ରେଣୀର ଲୋକମାନେ ଦେଶ ଛାଡିବା ଯୋଜନାରେ ଅଛନ୍ତି I

0

କରୋନା ମହାମାରୀ ପ୍ରବାଦ ଆମ ଦେଶରେ କେତେଦିନ ରହିବ ତାର ସଠିକ ଆକଳନ ଆଜିପର୍ଯ୍ୟନ୍ତ ଜଣେ ହେଲେ ବିଶେଷଜ୍ଞ କହିପାରୁନାହାନ୍ତି I ପ୍ରତିଦିନ ଗୋଟିଏ ଗୋଟିଏ ନୂଆ ଭୁତାଣୁ ଜନସଧାରଣଙ୍କ ଭୟକୁ ଆହୁରି ଦ୍ୱିଗୁଣିତ କରୁଛି I ଦେଶର ୧୩୦ କୋଟି ଜନସାଧାରଣଙ୍କ ପାଖରେ କୋଭିଡି ଟୀକା ପହଞ୍ଚିବା ସମ୍ଭବ ହୋଇପାରୁ ନାହିଁ I ସରକାରୀ ହିସାବ ଅନୁସାରେ ଦେଶରେ ମାତ୍ର ୧୭ କୋଟି ଲୋକଙ୍କ ପାଖରେ ଏହି ଟୀକା ପହଞ୍ଚିବା ସମ୍ଭବ ହୋଇଛି I ଦେଶରେ Oxygen ର ଅଭାବ ଜନସାଧାରଣଙ୍କ ମନରେ ମଧ୍ୟ ଭୟ ସୃଷ୍ଟି କରୁଛି I ଦେଶର ପରିବେଶ, ସ୍ୱାସ୍ଥ୍ୟଭିତିଭୂମି ରାଜନୈତିକ ଇଛାଶକ୍ତି ଉପରେ ସନ୍ଦେହ ପ୍ରକଟ କରି ଦେଶର ଧନୀ ଶ୍ରେଣୀର ଲୋକ ତଥା ଉଚ୍ଚ ମଧ୍ୟବିତ ଶ୍ରେଣୀର ଲୋକ ଦେଶ ଛାଡି ସୁରକ୍ଷିତ ଦେଶ ମାନଙ୍କୁ ଚାଲିଯିବାକୁ ଯୋଜନା ଆରମ୍ଭ କରିଦେଲେଣି I ଏମାନଙ୍କ ମଧ୍ୟରେ କେବଳଯେ ଉଦ୍ୟୋଗପତି , ବ୍ୟବସାୟ ପ୍ରତିଷ୍ଠାନ ଓ ଧନୀ ପରିବାର ଲୋକ ଅଛନ୍ତି ତାହା ନୁହେଁ ଅନେକ ଉଚ୍ଚମଧ୍ୟବିତ ଶ୍ରେଣୀର ଲୋକ ସେମାନଙ୍କ ମଧ୍ୟରେ ଅଛନ୍ତି ବୋଲି ଏକ ସମୀକ୍ଷାରୁ ପ୍ରକାଶ ପାଇଛି I ଳେତେକ ସେମାନଙ୍କର ସଞ୍ଚିତ ଅର୍ଥକୁ ମଧ୍ୟ ଧରି ବାହାର ଦେଶକୁ ଚାଲିଯିବାର ପ୍ରୟାସ ଜାରି ରଖିଛନ୍ତି I ଏହି ଦେଶ ମାନଙ୍କ ମଧ୍ୟରେ ସୁଇଡେନ,ବ୍ରିଟେନ ,କାନାଡ଼ା ଆମେରିକା ,ଅଷ୍ଟ୍ରେଲିଆ ଇତ୍ୟାଦି ଅନ୍ତର୍ଭୁକ୍ତ I ସେମାନଙ୍କ ଯୋଜନା ଅନୁଯାୟୀ ସେମାନେ ପ୍ରଥମେ ମାଳଦୀପ ଯାଇ ସେଠାରେ ୧୪ ଦିନ ସଙ୍ଗରୋଧରେ ରହି ଅନ୍ୟ ଦେଶକୁ ଯିବାର ଯୋଜନା କରୁଥିବାର ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶ ପାଇଛି I ସେମାନେ ଜେଟ ପ୍ଲେନ ଭଡା କରି ମାଳଦୀପ ଯିବାକୁ ପ୍ରସ୍ତୁତ ହେଉଛନ୍ତି I ଜେଟସେଟଗୋ ର CEO କନିକା ତେଗ୍ରୀୱାଲଙ୍କ କହିବା ଅନୁଯାୟୀ ଜେଟସେଟଗୋ ର ପ୍ରାଇଭେଟ ଜେଟ ବୁକିଂ ବର୍ତ୍ତମାନ ୯୦୦% ବୃଦ୍ଧି ପାଇଛି I ସେଥିମଧ୍ୟରୁ ୭୦-୮୦% ବୁକିଂ ଉଚ୍ଚମଧ୍ୟବିତ୍ତ ବର୍ଗର ଲୋକମାନେ କରିଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More