କପିଲ ସୋରେ ଯୋଗଦେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ !

0


କମେଡି କିଙ୍ଗ୍ କପିଲ ଶର୍ମା ଅନେକ ସମୟରେ ପଞ୍ଜାବକୁ ନେଇ ବହୁ ଜୋକ୍ କହୁଥିବାର ନଜରକୁ ଆସିଛନ୍ତି। ସେ ସବୁବେଳେ କୁହନ୍ତି ପଞ୍ଜାବି କିଛି କରନ୍ତିନି ଯଦି କରନ୍ତି ସିଧାସଳଖ ପ୍ରଧାନମନ୍ତ୍ରୀ ହୁଅନ୍ତି। ତେବେ ଏହା ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ଉଦେଶ୍ୟରେ କହୁଥିବାର ସେ ସ୍ୱୀକାର ମଧ୍ୟ କରିଛନ୍ତି। ଉଭୟେ ଗୋଟିଏ ସ୍କୁଲର ହୋଇଥିବାରୁ ମନମୋହନଙ୍କ ପ୍ରତି କପିଲଙ୍କର ବେଶ୍ ସମ୍ନାନ ଥିବା ସେ କହିଛନ୍ତି। ତେବେ ଆଜି କପିଲ ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ସେ ତାଙ୍କ ସ୍କୁଲ ସଂପର୍କରେ, ପଞ୍ଜାବି ଖାଦ୍ୟ ସଂପର୍କରେ ପ୍ରଶଂସା କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି। ମନମୋହନଙ୍କ ଭଳି ଜଣେ ଅତି ଶରଳ ଦାର୍ଶନିକଙ୍କୁ ଅତିନିକଟରେ ପାଇ ସେ ବେଶ୍ ଉତ୍ସାହିତ ଥିବା ଉଲେ୍ଲଖ କରିଛନ୍ତି। ତେବେ ଚର୍ଚା ଅନୁସାରେ କପିଲ୍, ତାଙ୍କର ସୋ ପାଇଁ ମନମୋହନ ସିଂଙ୍କୁ ଅତିଥିଭାବେ ଡାକିବାକୁ ଯାଇଥିବା ଆଲୋଚନା ହେଉଛି। ଆଉ ଆସନ୍ତା ସପ୍ତାହରେ ସୁଟ୍ ପାଇଁ ମନମୋହନ ରାଜି ମଧ୍ୟ ହୋଇଥିବା ଆଲୋଚନା ହେଉଛି। କପିଲ ସୋରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନିଜର ମନର କଥା କହିବେ ବୋଲି ଏବେ ଠାରୁ ଜୋରଦାର ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More