କଟକରୁ ଆରମ୍ଭ ହେବ ମିଶନ ୧୨୦: ୨୬ରେ ଆସୁଛନ୍ତି ମୋଦି

0

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୨୬ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି । ବିଜେପି ସରକାରର ୪ବର୍ଷ ପୁର୍ତ୍ତି ଅବସରରେ କଟକର ବାଲିଯାତ୍ରା ପଡିଆରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଯୋଗଦେବେ । ୪ବର୍ଷରେ ବିଜେପି ସରକାର ଓଡିଶାକୁ କଣ ଦେଇଛି ତାହାର ହିସାବ କଟକରେ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ଶିବିର ବେଶ ଉତ୍ସାହିତ । ପ୍ରଧାନମନ୍ତ୍ରୀ ୨୬ରେ ଓଡିଶା ଗସ୍ତରେ ଆସୁଛନ୍ତି ବୋଲି ବିଜେପି ପ୍ରଭାରୀ ଅରୁଣ ସିଂ ଓ ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି । ଏହାସହ କର୍ଣ୍ଣାଟକ ପରେ ବିଜେପିର ଆଖି ଓଡିଶା ଉପରେ । ମିଶନ ୧୨୦ ପ୍ଲସକୁ ସଫଳ କରିବାଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକର ସଭାରେ ମୂଳଦୁଆ ପକାଇବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ ବିଜେପି ସରକାରର ୪ବର୍ଷ ଉପଲବ୍ଧି ଓ ମହାନଦୀ ପ୍ରସଙ୍ଗକୁ ନେଇ କେନ୍ଦ୍ରର ଭୂମିକାକୁ ସ୍ପଷ୍ଟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More