କଂଗ୍ରେସ ରାଜନୀତି: ପ୍ରସାଦଙ୍କ ଚୌକି ସୁରକ୍ଷିତ

0

ସବୁ ପ୍ରତିକ୍ଷା ଆଉ କଳ୍ପନା ଜଳ୍ପନାର ଅବସାନ ଘଟିଛି । ଶେଷରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଉପାଧ୍ୟକ୍ଷ ରାହୁଲ୍ ଗାନ୍ଧୀ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଚୌକି ସୁରକ୍ଷିତ ରଖିଛନ୍ତି । ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ଦଳ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ବିରୋଧୀ ଦଳନେତା ନରସିଂହ ମିଶ୍ର ତାଙ୍କ ସମର୍ଥôତ ୧୬ଜଣ ବିଧାୟକଙ୍କୁ ନେଇ ଦିଲ୍ଲୀରେ ଡେରା ପକାଇଥିଲେ ପ୍ରସାଦଙ୍କୁ ପିସିସି ସଭାପତି ପଦରୁ କାଢିବାକୁ । ଯଦି ଦଳର ହାଇକମାଣ୍ଡ୍ ଏହା ନକରନ୍ତି ତେବେ ଦଳର ଏକ ବରିଷ୍ଠ ଗୋଷ୍ଠୀ ଦଳ ଛାଡ଼ିବେ ବୋଲି ଧମକ୍ ବି ଦେଇଥିବା ଚର୍ଚ୍ଚା ହେଲା । ସେଠାରେ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦଳର ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଓଡ଼ିଶା ପ୍ରଭାରୀ ବି.କେ. ହରିପ୍ରସାଦଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରିଥିଲେ । ଅଭିଯୋଗ କରିଥିଲେ ମହାନଦୀ ପ୍ରସଙ୍ଗରେ ପ୍ରସାଦଙ୍କ ଭୂମିକା ଯଥେଷ୍ଟ ନୁହେଁ । ସେହିପରି ଦଳରେ ଆଭ୍ୟନ୍ତରୀଣ କନ୍ଦଳ ବି ଲାଗିରହୁଛି । ପ୍ରସାଦ ତୃଣମୂଳସ୍ତରୀୟ କର୍ମୀଙ୍କୁ ଏକଜୁଟ୍ କରିବାରେ ବି ସମର୍ଥ ନୁହନ୍ତି । ଏଭଳି ଅନେକ ଅଭିଯୋଗ ହୋଇଥିଲା । ଏଣୁ ତୁରନ୍ତ ତାଙ୍କୁ ପିସିସି ସଭାପତି ପଦରୁ ବିଦା କରାଯାଉ । ଏହାର ଠିକ୍ କିଛିଦିନ ପରେ ପିସିସି ମୁଖିଆ ପ୍ରସାଦ ତାଙ୍କ ସମର୍ଥôତ କିଛି ନେତାଙ୍କ ସହ ଦିଲ୍ଲୀ ଯାଇ ସେଠାରେ ରାହୁଲ ଓ ହରିପ୍ରସାଦଙ୍କୁ ସାକ୍ଷାତ କରି ଦଳ ଏବଂ ଆଗାମୀ ପଂଚାୟତ ନିର୍ବାଚନ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ସବୁଠି ଚର୍ଚ୍ଚା ହେଉଥିଲା ପ୍ରସାଦଙ୍କ ଚୌକି ଆଉ ସୁରକ୍ଷିତ ନୁହେଁ । ତାଙ୍କ ସ୍ଥାନରେ ନୂଆ ସଭାପତି ନିର୍ବାଚିତ ହେବେ । ହେଲେ ପ୍ରସାଦ ଦିଲ୍ଲୀରୁ ଫେରିବା ପରେ ସବୁ କଳ୍ପନାର ଅବସାନ ଘଟିଛି । ଆଉ ଦଳ ପ୍ରସାଦଙ୍କ ନେତୃତ୍ୱରେ ଆଗାମୀ ପଂଚାୟତ ନିର୍ବାଚନ ଲଢିବ ବୋଲି ସ୍ପଷ୍ଟ ହୋଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More