କଂଗ୍ରେସର ସାମ୍ବାଦିକ ସମ୍ମିଳନୀ : ରାଜ୍ୟ ଓ କେନ୍ଦ୍ରସରକାର ଲୋକ ମରଣ ନୀତି ଅବଲମ୍ବନ କରୁଛନ୍ତି, ଦୁର୍ନୀତିରେ ସାମିଲ ଅଛନ୍ତି ଅଫିସର : ପଞ୍ଚାନନ କାନୁନଗୋ

0

ଶ୍ରମ ବିରୋଧୀ ଆଇନ ଏବଂ ଖାଉଟି ବିରୋଧୀ ଆଇନ କରୁଛନ୍ତି । ରେଳବାଇକୁ ଘରୋଇକାରଣ କରିବାକୁ ଯାଉଛନ୍ତି । 19 ଟି କାରଖାନା ଥିଲା , 22ଲକ୍ଷ ଲୋକ ଚାକିର କରୁଛନ୍ତି । ଘରୋଇକରଣ କରୁବାକୁ ଉଦ୍ୟମ ଆରମ୍ଭ ହୋଇଛି । କେବଳ ନିନ୍ଦା କରିନାହୁଁ, ଏଥିରୁ ଓହରିବାକୁ ଦାବି କରୁଛୁ । ପୁରା ପୁରି ଚିନ ହାତକୁ ଟେକି ଦେଇଥିଲେ। ଏବେ ଜଣା ପଡୁଛି । ଥର୍ମାଲ କ୍ୟାମେରା କଟରିଂ ଚିନ ହାତ କୁ ଟେକି ଦିଆଯାଇଛି । କାନପୁର ରେଲୱେ ଅଧୁନିକିକାରଣ ବି ଚିନ ହାତକୁ ଟେକିଦିଆଯାଇଛି : ପଞ୍ଚାନନ କାନୁନଗୋ ।

ମୋବାଇଲ କିଣାରେ ଦୁର୍ନୀତି । କେନ୍ଦ୍ର ସରକାର ଚିଠି ଲେଖିଲେ ମୋବାଇଲ କିଣି ଆଶା କର୍ମୀଙ୍କୁ ଦିଅ । ଆଶା କର୍ମୀ ମୋବାଇଲ ରହିଲେ ସ୍ୱାସ୍ଥ୍ୟ ସମ୍ପର୍କିତ ସରକାରଙ୍କୁ ସୂଚନା ଦେଇପାରିବେ । ସ୍କ୍ରିନ 5.5, ମେମୋରୀ 16ଜିବି ରାମ, ଆଣ୍ଡ୍ରାଏଡ଼ 6 .୦ ର ମୋବାଇଲ କିଣିବାପାଇଁ ଧାର୍ଯ୍ୟ କରିଥିଲେ । କେନ୍ଦ୍ର ସରକାର ଯେଉଁ ସ୍ପେସିଫିକେସନ ମୋବାଇଲ କିଣିବାକୁ କହିଥିଲେ ସେହି ନିର୍ଦ୍ଧିଷ୍ଟ ସ୍ପେସିଫିକେସନ ରାଜ୍ୟସରକାର କିଣିଲେ ନାହିଁ । ରାଜ୍ୟ ସରକାର ସମାସଙ୍ଗ ଗଲାକ୍ସି (model A10s)10,999 ଟଙ୍କାରେ, 10925ଟି ମୋବାଇଲ କିଣିବା ପାଇଁ ସରକାର ଅର୍ଡର କଲେ । ଏକ ନିର୍ଦିଷ୍ଟ କମ୍ପାନୀକୁ ଦିଆ ଗଲା । ଗୁରଗାଓ ଏକ କମ୍ପାନୀ କୁ ଦିଆ । ଯେଉଁ ମୋବାଇଲ କିଣା ଗଲା ତାର ବଜାର ମୂଲ୍ୟ 8999 ଟଙ୍କା କିନ୍ତୁ ସରକାର 10950 ଟଙ୍କାରେ କିଣିଛନ୍ତି । କେନ୍ଦ୍ର ସରକାରଙ୍କ ସ୍ପେସିଫିକେସନ ବଦଳାଇ ରାଜ୍ୟ ସରକାର 6.2, ଇଞ୍ଚ ସ୍କ୍ରିନ, 32 ଜିବି, 4000mah ବ୍ୟାଟେରୀ, ମୋବାଇଲ କିଣିଛନ୍ତି । କେବଳ ସମସଙ୍ଗକୁ ଦେବକୁ ଏଭଳି ପରିବର୍ତନ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ସୁଦର୍ଶନ ଦାସ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More