ଓଡ଼ିଶା ରାଜନୀତିରେ କିଏ କାହାର ଶାହା …

0


୨୦୧୯ ସାଧାରଣ ନିର୍ବାଚନ ଆଉ ଦିନ କେଇଟା ପରେ । ନିର୍ବାଚନକୁ ସଫଳତାର ସହ ପରିଚାଳନା କରିବା ଲାଗି ନିର୍ବାଚନ କମିଶନ ସବୁ ପ୍ରକାର ଉଦ୍ୟମ ଆରମ୍ଭ କରିଛି । ନିବା;ଚନ ଲାଗି ମଧ୍ୟ ସବୁ ଦଳରେ ଜୋରଦାର ପ୍ରସ୍ତୁତ । ଆରମ୍ଭ ହୋଇଛି ଟିକେଟ କସରତ । ହେଲେ ସବୁ ରାଜନୈତିକ ଦଳ ଲାଗି ୨୦୧୯ ସାଧାରଣ ନିର୍ବାଚନ ବଡ଼ ଚ୍ୟାଲେଜ ହେବାକୁ ଯାଉଛି । ଗୋଷ୍ଠୀ ବିବାଦ ସବୁ ଦଳ ଲାଗି ବଡ଼ ଚ୍ୟାଲେଜ । ସର୍ଭେ ରିପୋର୍ଟ ସତେ ସବୁ ଦଳ ଏବେ ନିର୍ବାଚନ ଲାଗି ସାଥି ଖୋଜିବାରେ ଲାଗିଛନ୍ତି । କିଏ ଲୁଚିଲୁଚି ସାଥି ଖୋଜୁଚି ତ ଆଉ କିଲଏ ଖୋଲାଖୋଲି । କାରଣ ସାଥି ବି ୨୦୧୯ ନିର୍ବାଚନ ବୈତରଣୀ ପାର ହେବା ଏବେ ସବୁଠାରୁ ବଡ଼ ମୁସକିଲ । ରାଜ୍ୟରେ ୧୯ ବର୍ଷଧି କ୍ଷମତା ବାହାରେ ଥିବା କଂଗ୍ରେସ କ୍ଷମତାକୁ ଫେରିବା ପାଇଁ ସାଥି ଖୋଜିଛି । ହାତ ଲୋଡ଼ିଛି ଅନ୍ୟ ହାତର ସହଯୋଗ । ୨୦୧୯ ନିର୍ବାଚନୀ ବୈତରଣୀ ପାର ହେବାକୁ କଂଗ୍ରେସ ସିପିଆଇ,ସିପିଏମ, ଜେଏମଏମ ପରି ଦଳ ସହ ନିର୍ବାଚନୀ ବୁଝାମଣା କରିବାକୁ ଯାଉଛି । ଏନେଇ ସିପିଆଇକୁ କଂଗ୍ରେସ ୨ଟି ଲୋକସଭା ଓ ୧୨ଟି ବିଧାନସଭା ଦେବ ବୋଲି ସିପିଆଇ ନେତା କହୁଛନ୍ତି । ସେହିପି ସିପିଏମକୁ ମଧ୍ୟ କଂଗ୍ରେସ ସହ ନିର୍ବାଚନୀ ମେଣ୍ଟ କରି ଗୋଟିଏ ଲୋକସଭ ଓ ୭ଟି ବିଧାୟକ ସଭା ଆସନ ନେବାକୁ ଦାବି କରିଛି । ଅନ୍ୟପଟେ ଜେଏମଏମ ୩ଟି ଲୋଭସଭା ଓ ୧୭ଟି ବିଧାନସଭା ଆସନ କଂଗ୍ରେସ ପାଖରେ ଦାବି କରିଛି । ରାଜ୍ୟରେ ଅମାନତ ହରାଇଥିବା ବାମଦଳ ଓ ଜେଏମଏମ ଏବେ ହାତର ସହଯୋଗ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ବାମଦଳ କେବଳ ଓଡ଼ିଶାରେ ନୁହେଁ, ପୁରା ଦେଶରେ ତାର ଅସ୍ତିତ୍ୱ ହରାଇଛି । ସେପଟେ ବିଜେଡ଼ି ମଧ୍ୟ ଏବେ ଶାହା ଖୋଜିଛି । କୌଣସି ଦଳ ନୁହେଁ , ବିରୋଧୀ ଶିବିରର ନେତାଙ୍କୁ ନିଜ ଦଳରେ ସାମିଲ କରି ୧୯ ନିର୍ବାଚନ ପୂର୍ବରୁ ଦଳକୁ ମଜବୁତ କରିବାରେ ଲାଗିଛି ବିଜେଡ଼ି । ଏହି ମର୍ମରେ କଂଗ୍ରେସ ମଧ୍ୟ ଅଭିଯୋଗ କରିଛି ବିଜେଡ଼ି-ବିଜେପି ମିଶିକରି ଅଛନ୍ତି । ସେପଟେ ବିଜେପି ମଧ୍ୟ ଓଡ଼ିଶାରେ ସମଭାମପୁର୍ଣ୍ଣ ଝୋଟ ଝୋଟ ଆଂଚଳିକ ଦଳକୁ ନିଜ ସାଥିରେ ନେତାକୁ ପ୍ରୟାସ ଆରମ୍ଭ କରିଛି । ବ୍ରଜ ତ୍ରୀପାଠୀ ମଧ୍ୟ ବିଜେପି ସହ ମେଣ୍ଟ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସେପଟେ ଆପପାଟି ମଧ୍ୟ ପୂର୍ବତନ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାକୁ ଶାହାର କରି ରାଜ୍ୟରେ ନିଜର ଦବଦବା ଦେଖାଇବାକୁ ଚେଷ୍ଟା କରିଛି । ମୟାବତୀ ବି କୃଷ୍ଣ ସଗରିଆଙ୍କୁ ନେଇ ଓଡ଼ିଶା ଉପରେ ନିଜର ନଜର ରଖିଛନ୍ତି । ଶିବୁ ସୋରେନ କଂଗ୍ରେସ ଶାହା ଲୋଡ଼ିଛନ୍ତି ଓଡ଼ିଶାରେ । ତୃଣମୂଳ କଂଗ୍ରେସ ବି ଅସନ୍ତୋଷ ନେତାଙ୍କୁ ନେଇ ଆଗକୁ ବଢିବାକୁ ଚାହୁଛି ଓଡ଼ିଶା । ତେଣୁ ୨୦୧୯ ନିର୍ବାଚନ ସାହାରକୁ ନେଇ ରୋଚକ ମୋଡ଼ ହେବ ଓଡ଼ିଶା ରାଜନୀତି ପାଣିପାଗରେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More