ଓଡ଼ିଶାରେ ହେବ ଆଉ ୨ ଭିିଜିଲାନ୍ସ କୋର୍ଟ୍

0

ଓଡ଼ିଶାରେ ପ୍ରତିଷ୍ଠା ହେବ ଆଉ ୨ଟି ନୂଆ ଭିଜିଲାନ୍ସ କୋର୍ଟ୍ । ରାଜଧାନୀ ଭୁବନେଶ୍ୱରରେ ଗତ ସପ୍ତାହେ ବ୍ୟାପୀ ଆୟୋଜିତ ଦୁର୍ନୀତି ନିବାରଣ ସପ୍ତାହର ଆଜି ଥିଲା ଉଦଯାପନୀ ଦିବସ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରୁ ଦୁର୍ନୀତିର ମୂଳପୋଛ କରିବାକୁ ହେଲେ ଏଥିରେ ସାଧାରଣ ଜନତା ସହଯୋଗ କରିବା ଏକାନ୍ତ ଜରୁରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଲାଂଚ ନନେବାକୁ ଶପଥପାଠ ମଧ୍ୟ କରାଇଥିଲେ । ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏହି ସପ୍ତାହେ ବ୍ୟାପୀ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ । ତେବେ ଅନ୍ତିମ ଦିନରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ରାଜ୍ୟ ଭିଜିଲାନ୍ସ ମୁଖ୍ୟ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ଆମେ ଦୁର୍ନୀତି ମୁକ୍ତ ରାଜ୍ୟ ଗଠନ ପାଇଁ ରାଜ୍ୟର ସମସ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରିଛୁ । ଯେତେବେଳ ସେ ଯେଡ଼େବଡ଼ ପଦବୀର ଅଧିକାରୀ ହୁଅନ୍ତୁ ନା କାହିଁକି ତାଙ୍କ ବିରୋଧରେ ଅଭିଯୋଗ ଆସିଲେ ରାଜ୍ୟ ଭିିଜିଲାନ୍ସ ବିଭାଗ ତୁରନ୍ତ ସକି୍ରୟ ହୋଇ ସେମାନଙ୍କ ଘରେ ରେଡ୍ କରିଥାଏ । ଏହି ପ୍ରସଙ୍ଗରେ ଡା. ଶର୍ମା ଗତକାଲି ଘଟିଥିବା ଘଟଣା ବିଷୟରେ କହିଥିଲେ । ଗତକାଲି ସୁନ୍ଦରଗଡ଼ ଜେଲର୍ ଶାହିରୁଦ୍ଦିନ୍ ଅହମ୍ମଦଙ୍କ ଘରେ ରେଡ୍ ହୋଇଥିବା ଘଟଣା ସମ୍ପର୍କରେ କହିଥିଲେ । ଅପରପକ୍ଷରେ ରାଜ୍ୟର ସାଧାରଣ ନାଗରୀକ ସଚେତନ ହେଲେ ହିଁ ସମାଜରୁ ଦୁର୍ନୀତି ସମ୍ପୂର୍ଣ୍ଣ ଭାବେ ବିଲୋପ ଘଟିପାରିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More