ଓଡ଼ିଶାରେ କୁପୋଷଣର ଶିକାର ହୋଇଥିବା ଶିଶୁଙ୍କ ସଂପର୍କରେ ଆଜି ବିଧାନସଭାରେ ତଥ୍ୟ ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ

0

ଭୁବନେଶ୍ୱର : ରାଜ୍ୟରେ କୁପୋଷଣର ଶିକାର ହୋଇଥିବା ଶିଶୁଙ୍କ ସଂପର୍କରେ ଆଜି ବିଧାନସଭାରେ ତଥ୍ୟ ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ । ଅକ୍ଟୋବର 2019 ସୁଧା ଅତିଶୟ କମ ଓଜନର ଶିଶୁ 21 ହଜାର 901 ଜମି । କମ ଓଜନର ଶିଶୁଙ୍କ ସଂଖ୍ୟା 3 ଲକ୍ଷ 75 ହଜାର 196 ଜଣ । ସବୁଠାରୁ ଅଧିକ ରହିଛି କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ଅତିଶୟ କମ ଓଜନର ଶିଶୁ 1732 ଜଣ ଓ କମ ଓଜନର ସିଶୁ 37 ହଜାର 269 । ଏବଂ ଏହାପରକୁ ରହିଛି କଳାହାଣ୍ଡି ଜିଲ୍ଲା । ଅତିଶୟ କମ ଓଜନର ଶିଶୁ 2066 ଜଣ ଓ କମ ଓଜନର ସିଶୁ 21 ହଜାର 324 । ମା ମାନଙ୍କ କ୍ଷେତ୍ରରେ କୁପୋଷଣର ଶିକାର ହୋଇଥିବା ହାର ରହିଛି 41 ପ୍ରତିଶତ । ଏଥିରେ ସର୍ବାଧିକ ରହିଛି ମାଲକାନଗିରି 45.9 ପ୍ରତିଶତ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ
ରାଜ୍ୟରେ 27 ହଜାର 916 ଅଙ୍ଗନବାଡି କେନ୍ଦ୍ରର ନିଜସ୍ଵ ଗୃହ ନାହିଁ । ବର୍ତ୍ତମାନ ରାଜ୍ୟରେ 10 ହଜାର 445 ଅଙ୍ଗନବାଡି କେନ୍ଦ୍ର ନିର୍ମାଣଧୀନ ରହିଛି । ରାଜ୍ୟରେ ମୋଟ 72 ହଜାର 587 ଅଙ୍ଗନବାଡି କେନ୍ଦ୍ର ରହିଛି । 44 ହଜାର 671 ନିଜସ୍ୱ ଘର ରହିଛି । ଭଗ୍ନ ଗୃହରେ କୌଣସି ଅଙ୍ଗନବାଡି କେନ୍ଦ୍ର ଚାଲୁନହିଁ । ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରଶ୍ନର ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ରାଜ୍ୟରେ ମୋଟ ୭୨୫୮୭ଟି ଅଙ୍ଗନୱାଡି କେନ୍ଦ୍ର ରହିଛି ଏବଂ ତନ୍ମଧ୍ୟରୁ ୪୪୬୭୧ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ ରହିଛି । ସେହିଭଳି ୧୦ ହଜାର ୪୪୫ଟି ଅଙ୍ଗନୱାଡି କେନ୍ଦ୍ର ବର୍ତ୍ତମାନ ନିର୍ମାଣଧିନ ଅବସ୍ଥାରେ ରହିଛି । ମାତ୍ର ରାଜ୍ୟରେ କୌଣସି ବି ଅଙ୍ଗନୱାଡି କେନ୍ଦ୍ର ଭଙ୍ଗା ଘରେ ଚାଲୁନାହିଁ ଏବଂ ପୂର୍ବରୁ ସେଗୁଡିକୁ ନିକଟସ୍ଥ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ନେଇ ତଥ୍ୟ ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More