ଓଡିଶା ସିଭିଲ ସର୍ଭିସରେ ନିଯୁକ୍ତି ପାଇଲେ ୧୦୬ ଅଧିକାରୀ : ଲୋକଙ୍କ ସମସ୍ୟା ସମାଧାନ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଓଡିଶା ଲୋକସେବା ଆୟୋଗ ଦ୍ୱାରା ଅନୁଷ୍ଠିତ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୧୯ର କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜୟଦେବ ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି I ଏହି ଅବଶେଷରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ ପ୍ରଶାସନିକ ଅଧିକାରୀ ଭାବେ ସେମାନଙ୍କୁ ଲୋକଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କରେ ରହିବାକୁ ହେବ I ଲୋକଙ୍କ କଲ୍ୟାଣ ପାଇଁ ଉଚିତ ନିଷ୍ପତି ନେବାକୁ ହେବ I ତେଣୁ ଧର୍ଯ୍ୟ ଓ ସମ୍ବେଦନଶୀଳତା ସହିତ ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି I ରାଜ୍ୟ ସରକାରଙ୍କର 3T ମନ୍ତ୍ର ସମ୍ପର୍କରେ ନବନିଯୁକ୍ତ ଅଧିକାରୀମାନଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ ଲୋକଙ୍କ ଜୀବନରେ ପରିବର୍ତ୍ତନ ପାଇଁ Technology , Transparency ଓ Teamwork ଇପରେ ରାଜ୍ୟ ସରକାର ଗୁରୁତ୍ୱ ଆରୋପ କରିଛନ୍ତି I