ଓଡ଼ିଆ ଜନମାନସରେ ଏକ ମାତ୍ର ପ୍ରତୀକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଭାରତରତ୍ନ ଦେବା ଦାବିକୁ ସମର୍ଥନ କଲେ ବିଶିଷ୍ଟ ଶ୍ରମିକ ନେତା ତଥା ଲୋକଶକ୍ତି ସମ୍ବାଦପତ୍ର ଓ ଲୋକଶକ୍ତି ପରିବାରର ମୁଖ୍ୟ ଶ୍ରୀ ରମେଶ ଶତପଥୀ |

lokashakti bureau

0

ଭୁବନେଶ୍ୱର : ଓଡ଼ିଶାର ସର୍ବଶ୍ରେଷ୍ଠ ବ୍ୟକ୍ତିତ୍ୱ ଓଡ଼ିଆ ଜନମାନସର ଏକ ମାତ୍ର ପ୍ରତୀକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଭାରତରତ୍ନ ଦିଆଯିବା ପାଇଁ ଯେଉଁ ପ୍ରଚେଷ୍ଟା ବିଭିନ୍ନ ସଂଗଠନ ତରଫରୁ ଆରମ୍ଭ ହୋଇଛି, ମୁଁ ତାକୁ ଦୃଢ ସମର୍ଥନ କରିବା ସହିତ ଏଥି ପାଇଁ ଯେଉଁ କାର୍ଯ୍ୟକ୍ରମ ଆରମ୍ଭ ହେବ ସେଥିରେ ମୋ ସହିତ ମୋ ସଂଗଠନର ସହଯୋଗ କରିବ ବୋଲି ବିଶିଷ୍ଟ ଶ୍ରମିକ ନେତା, ଉପୋଭୋକ୍ତା ମହାସଂଘ ର ସଭାପତି, ଲୋକଶକ୍ତି ସମ୍ବାଦପତ୍ର, ଲୋକାଶକ୍ତି ଟିଭି ଓ ଓଡିଶା ଅପଡେଟ ନ୍ୟୁଜ ପରିବାରର ମୁଖ୍ୟ ରମେଶ ଚନ୍ଦ୍ର ଶତପଥୀ ଜଣାଇଛନ୍ତି | ସେ କହିଛନ୍ତି ଯେ, ମଧୁସୂଦନ ଦାସ ଦେଶରେ କୁଟୀର ଶିଳ୍ପର ପ୍ରସାର ପାଇଁ ସେ ଚିନ୍ତାକରି ଗ୍ରାମ୍ୟ ଅର୍ଥନୀତିରେ ଉନ୍ନତି ଆଣିବାକୁ ପ୍ରଚେଷ୍ଟା ଆରମ୍ଭ କରିଥିଲେ |

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ବ୍ୟକ୍ତିତ୍ୱ କାର୍ଯ୍ୟଶୈଳୀ, ଓଡ଼ିଆ ଜାତି ଓ ଓଡ଼ିଆ ଭାଷାକୁ ଦେଇଥିବା ସନ୍ନମାନ ପାଇଁ ଆମେ ପ୍ରତେକ ଓଡ଼ିଆ ଆଜି ଗର୍ବିତ | ଏହିପରି ଏକ ବ୍ୟକ୍ତି ବିଶେଷ ଭାରତରତ୍ନ ପାଇବାକୁ ଯୋଗ୍ୟ |

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More