ଓକିଲଙ୍କୁ ହତ୍ୟା ଘଟଣା: ଧରାପଡ଼ିଲେ ଅଭିଯୁକ୍ତ

0

ପୁରୀର ବିିଶିଷ୍ଟ ଆଇନଜୀବୀ ତଥା ହୋଟେଲ ମାଲିକ ଚନ୍ଦନ ବେହେରାଙ୍କ ହତ୍ୟା ଘଟଣାରେ ପୋଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ମଙ୍ଗଳବାର ରାତିରେ ପୁରୀ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଛି ବୋଲି ଏସପି ସାର୍ଥକ ଷଡଙ୍ଗୀ କହିଛନ୍ତି । ସୂଚନା ମୁତାବକ ରବିବାର ଚନ୍ଦନ ଓ ତାଙ୍କର ଜଣେ ବନ୍ଧୁ ଏକ ସ୍କୁଟରରେ ଆସି ଚନ୍ଦନଙ୍କ ଲଜ ଭିତରକୁ ପଶିବା ବେଳେ କିଛି ଦୁର୍ବୁତ ଚନ୍ଦନଙ୍କୁ ଆକ୍ରମଣ କରିଥିଲେ । ଚନ୍ଦନଙ୍କ ବେକକୁ ହାଣିବା ସହ ତାଙ୍କ ହାତକୁ ହାଣିଦେଇଥିଲେ ଦୁର୍ବୁତ । ଚନ୍ଦନଙ୍କ ମୃତ୍ୟୁ ହେବା ପରେ ବିଭିନ୍ନ ସ୍ଥାନରେ ଆଇନଜୀବୀମାନେ ଆନ୍ଦୋଳନ କରିଥିଲେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More