‘ ଭୁଲ ‘ କାହା ଜୀବନରେ ଆସେ କେମିତି ? କିଏ ଜାଣିଜାଣି ଭୁଲ କରିଦିଏ ତ ? ଆଉ କିଏ ଅଜାଣତରେ । ଆଉ କେ ତେବେଳେ ସମୟ ଚକ୍ରରେ ଆପେଆପେ କେଉଁ ବୁଢିଆଣୀ ଜାଲପରି କାହା କାହା ଜୀବନରେ ଛନ୍ଦି ହୋଇଯାଏ ଏ ଭୁଲ ର ଜାଲ । ସତରେ କଣ ଜଣିକି କିଏ ଭୁଲ କରେ? ନା ଭୁଲ ଏକ ଦୁଷ୍ଟାମୀ । କେତେଗୁଡିଏ ଭୁଲ କୁ ଯଦି ବିଚାରକୁ ନିଆଯାଏ ତେବେ ଲାଗେ ଯେମିତି ଜାଣିଜାଣି ଆମେ ଭୁଲ କରୁ ଯନ୍ତ୍ରଣା ପାଇଁ ଆଉ ଖୁସି ପାଇଁ । ଯାହା ଗାଁ କି ସହର କିଛି ମାନେନାହିଁ । କଜ୍ଜ୍ୱଳ ସ୍ମୃତିର ବିସ୍ତିର୍ଣ୍ଣ ସାମ୍ରାଜ୍ୟରେ ମଣିଷ ଭୁଲ କରିବାକୁ ବହୁତ ଭଲପାଏ । ଆଉ ତାର ସେଇ ଟିକକ ଭୁଲ ଜୀବନସାରା ତାକୁ ଦୁଃଖ ଦିଏ ନାହିଁ? ନିମିଷକ ପାଇଁ ଗ୍ରୀଷ୍ମ ଋତୁରେ ଚଲା ବର୍ଷା ଯେପରି ମାଟିକୁ ଭିଜାଇଦିଏ ଠିକ ସେହିପରି ଭୁଲ କିଛି ସମୟ ପାଇଁ ମଣିଷର ହୃଦୟକୁ ଖୁସିରେ ଭିଜାଇଦିଏ । ସେ ସ୍କୁଲରେ ପଢିଲାବେଳେ ଲୁଚିଲୁଚି ସ୍କୁଲ ନଯାଇ ସିନେମା ଯିବା, କ୍ରିକେଟ ଖେଳିବା ଅବା ଆଗ ବେଞ୍ଚରେ ବସିଥିବା ସ୍କୁଲସାଙ୍ଗର ଦେହରେ ଚୁଇଁଗମ ଲଗାଇବା କି କଲମ ମୁନରେ ଫୋଡିବା ଭଳି ଭୁଲ ହେଉ ଅବା କଲେଜ ବେଳରେ ଲୁଚିଲୁଚି ନଈପଠାରେ ସାଙ୍ଗସାଥିରେ ସିଗାରେଟ ଟାଣିବା । ଏସବୁ ଛୋଟିଆ ଭୁଲ ଯେତିକି ଆନନ୍ଦ ଦିଏ ପରବର୍ତୀ ସମୟପାଇଁ ସେତିକି ସ୍କୃତି ଛାଡିଯାଏ । ବେଳେବେଳେ ଛୋଟିଆ ଭୁଲ କାହାଠାରୁ ତାର ଜିନିଷକୁ ଛଡାଇ ନିଏ ତ ଆଉ କେତେବେଳେ ସ୍ୱପ୍ନର ଅଭୁଲା ସ୍ମୃତିକୁ ଯୋଡ଼ିଥାଏ । ଆଉ ଏହି ଛୋଟିଆ ଭୁଲ ବେଳେବେଳେ ଏକାଥରକେ ସବୁ ସମ୍ପର୍କକୁ ଛିର୍ଣ୍ଣ କରିଦିଏ । ଏମିତି ଅନେକ ଭୁଲ ମୁଁ କରେ, ସେ କରେ, ଆମେ ସମସ୍ତେ କରୁ । ସିଗାରେଟ, ଗୁଟୁକା ଓ ମଦରେ ବଡବଡ ଅକ୍ଷରରେ ଲେଖା ଯାଇଥାଏ ଏହାକୁ ସେବନ କରିବା ଦେହ ପକ୍ଷେ କ୍ଷତିକାରକ । ମୂର୍ଖ ତ ମୂର୍ଖ ନବେ ପ୍ରତିଶତ ପାଠୁଆ ଜାଣିଜାଣି ପ୍ରତ୍ୟେକ ଦିନ ଏହାକୁ ସେବନ କରନ୍ତି ଏବଂ ଭୁଲକୁ ଭଲପାଆନ୍ତି । ବୋଧହୁଏ ଏ ଭଲ ପାଇବାରେ ଜୀବନସାରା କଷ୍ଟମିଳେ କିନ୍ତୁ ନିମିଷକ ପାଇଁ ଶାନ୍ତିମିଳେ । ଯେମିତି ସବୁଦିନପାଇଁ ଜୀବନ ସାଥି କରିବାର ପ୍ରତିଶୃତି ଦେଇଥିବା ପ୍ରେମିକଟି ନିଜର ପ୍ରେମିକା ପାଖରେ ଭୁଲ କରିଥାଏ ତ ଆଉ କେତବେଳେ କାହାକୁ ସନ୍ତୁଷ୍ଟ କରିବାପାଇଁ କେତେ ବଡବଡ ଭୁଲ ଯେ ଆମେ କରୁ ତାହା ଲେଖିବା, କହିବା ଓ କଳ୍ପନା କରିବା ମୁସ୍କିଲ । ଏ ଭୁଲ କାହିଁକି? ଏ ସମାଜ ପାଇଁ ନା ନିଜ ପାଇଁ । ସତେ ଯେଭଳି ଅମୃତର ସୁଖ ପାଇବାର ନିଶା ଥାଏ ଏହି ଭୁଲ ଭିତରେ…..