ଏମିତି ଆମ ସର୍ମ୍ପକ …

0


ସର୍ମ୍ପକ । ତୋର ଆଉ ମୋର , କେମିତି । ତାହା ଆଜି ଯାଏ ମୁଁ ବୁଝି ପାରୁନାହିଁ । ବେଳେବେଳେ ବସିକିି ଭାବେ ତୁ କିଏ । କେମିତି ଆସିଲୁ ମୋ ଜୀବନରେ । ଆମ ଭିତରେ କଣ ରହିଛି ସର୍ମ୍ପକ । ପ୍ରେମ, ପ୍ରତାରଣା ନା ଯୋଡ଼ା ଓ ଛିଡ଼ା ସର୍ମ୍ପକ । ମାଛ, ପାଣି ପରି ନା କଳାହାଣ୍ଡିଆ ମେଘ ଓ ମୟୁର ସର୍ମ୍ପକ ପରି । ତୋର ମୋର ସର୍ମ୍ପକ ଯେତେ ନିବିଡ଼ି ସେତେ ଦୂର । ହୁଏ ତ ଏହି ଦୂରତା ଏବେ କମାଇଛି ମୋବାଇଲ । ହେଲେ କେତେ ଯେ ପାଚେରୀ ଛିଡ଼ା ହୋଇଛି ଆମ ଭିତରେ, ତାହା କେବଳ ତତେ ଜଣା ଆଉ ମତେ । ବେଳେବେଳେ ତ ଇଚ୍ଛା ହୁଏ ଏ ସର୍ମ୍ପକ ପୁଣିଥରେ ଫେରିଯାଉ ତା ବାଟରେ । ଯାହା ତତେ ଖୁସି ଦେବ ଆଉ ମତେ ବି । କେତେ ରାଗ କେତେ ଅଭିଯାନ ଆଣେ ଏ ସର୍ମ୍ପକ । ଆଉ ଏହି ରାଗ ଅଭିମାନ ଭିତରେ ତ ସବୁବେଳେ ଖୁସି ଆଉ ଖୁସି ମିଳେ । ଆମ ଏ ସର୍ମ୍ପକ କୃଷ୍ଣୁ ସୁଦାମା ପରି ନୁହେଁ, କି ଲେଲା ମଜୁନୁ ପରି ନୁହେଁ । ହେଲେ ଆମ ସର୍ମ୍ପକ କର୍ପୂର ସହ ଭଗବାନଙ୍କ ସର୍ମ୍ପକ ପରି କେବଳ ବାସ୍ନା ନା ଜୀବନ ନିଶ୍ୱାସ ପରି କେବଳ ପବନ, ନା ଶଦ୍ଧ ଓ ଲେଖାର ସମ୍ଭାର ଭିତରେ ଯୋଡ ଼ିହୋଇଛନ୍ତି ଆମେ । ଏକଥା ନା ତୁ ଜାଣୁ ନା ମୁଁ । ହେଲେ ଆମ ସର୍ମ୍ପକ ଏପରି ଯେ ତୋ ବିଷୟରେ ମତେ ଜଣା ମୋ ବିଷୟରେ ବି ତତେ । ପ୍ରେମ ତ ଆମ ଠାରୁ ବହୁ ଦୂରରେ । ବେଳେବେଳେ ଭାବେ ଏ ସମୟରେ ଆମ ସର୍ମ୍ପକକୁ ନେଇ କେତେକଣ ଳେଖିଦେବି , ହେଲେ ଏ ସମୟ ମୋ ଲେଖାକୁ ସାଥ ଦେବ ତ । ଶୀତରେ ସୁଇଟର, ବର୍ଷା ଓ ଖରାରେ ଛତା ଖୋଜା ପଡ଼େ । ଏହା ଦରକାର । ହେଲେ ଆମ ସର୍ମ୍ପକ କିନ୍ତୁ କିଛି ଖୋଜେ ନାହିଁ । କାରଣ ଦରକାର କି ଆବଶ୍ୟକ ନୁହେଁ ତୋ ମୋ ସର୍ମ୍ପକ । ମେତେ ଲାଗେ ସର୍ମ୍ପକ କିଛି ଲୋକ ଏତେ କଳଙ୍କିତ କରି ଦେଇଛନ୍ତି ଯେ ଯାହାକୁ ଆଜି ତୁ ଡ଼ରୁ ଆଉ ମୁଁ ବି । ମା -ଝିଆ ସର୍ମ୍ପକ , ବାପା-ପୁଆର ସର୍ମ୍ପକ, ପ୍ରେମିକ –ପ୍ରେମିକା ସର୍ମ୍ପକ, ଭାଇ ଭାଇର ସର୍ମ୍ପକ, ପଡ଼ିଶା -ପଡ଼ୋଶୀଙ୍କ ସର୍ମ୍ପକ, ଗାଁ ଗାଁର ସର୍ମ୍ପକ , ସାଙ୍ଗ –ସାଙ୍ଗ ଭିତରେ ଥିବା ସର୍ମ୍ପକରେ ଆଜି ଯେଭଳି ହଠାତ ଜୁଆର ଓ ଭଟ୍ଟା ଆସୁଛି ତାହା ଦେଖି ବହୁତ ଡ଼ର ଲାଗେ ମତେ । ଲାଗେ ଆମ ସର୍ମ୍ପକ କାଳେ ସେହି ମୁହାଁ ହେବ କି ? କାରଣ ଆମ ସମାଜ ଓ ପାଣିପାଗ ଆଜି ଏପରି ବଦଳି ଯାଇଛି ଯେ ଏଠି ଶୀତ ଦିନରେ ବି ୪୦ ଡ଼୍ରିଗୀ ତାପମାତ୍ରା ଖରା ହେଉଛି ତ, ବସନ୍ତରେ ଋତୁରେ ବି ଝାଞ୍ଜି ପବନ ବହୁଛି । ତୋ ମୋ ସର୍ମ୍ପକ କଣ ଆଜି ଏମିତି ହୋଇଛି କିଁ ? ନା କିଏ ଆମ ସର୍ମ୍ପକକୁ ଏବେ ସେହିଆଡ଼କୁ ନେଉଯାଉଛି । ପରିସ୍ଥିତି ଆଜି ଏମିତି ହୋଇଛି ଯେ ବେଳେ ବେଳେ ଳାଗୁଛୁ ଯେଉଁଠୁ ଆରମ୍ଭ ହୋଇଥିଲା ଏ ସର୍ମ୍ପକ ଆଜି ସେଠିକୁ ଚାଲିଯାଉ । କେବଳ ତୁ ଥା ତୋ ଦୁନିଆରେ ଆଉ ମୁଁ ମୋ ଦୁନିଆରେ । ଆଉ ଆମ ସର୍ମ୍ପକରେ ଏମିତି ଥାଉ ଚିରଦିନ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More