ଏନଡିଟିଭି ପରେ ଆଉ ଦୁଇ ନ୍ୟୁଜ ଚ୍ୟାନେଲରେ ରୋକ ଲଗିଲା

0

ଏନଡଟିିଭି ଇଣ୍ଡିଆ ପରେ ଏବେ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଆଉ ଦୁଇଟି ଟିଭି ଚ୍ୟାନେଲର ପ୍ରସାରଣ ଉପରେ ରୋକ ଲଗାଇଛନ୍ତି । ନ୍ୟୁଜ ଟାଇମ ଆସାମ ଏବଂ କେୟାର ୱାର୍ଲ୍ଡ ଟିଭି ଚ୍ୟାନେଲ ଉପରେ ଏଭଳି କଟକଣା ଲାଗିଛି । ଆସନ୍ତା ୯ ତାରିଖ ଦିନ ଆସାମର ଘରୋଇ ଚ୍ୟାନେଲ ନ୍ୟୁଜ ଟାଇମ ଆସାମ ର ପ୍ରସାରଣ କୁ ବନ୍ଦ କରିବାକୁ ନିଦେ୍ର୍ଦଶ ଦିଆଯାଇଥିବା ବେଳେ କେୟାର ୱାର୍ଲ୍ଡ ଟିଭି ଚ୍ୟାନେଲକୁ ୯ ତାରିଖରୁ ସପ୍ତାହେ ପର୍ଯ୍ୟନ୍ତ ରୋକ ଲଗାଯାଇଛି । ଉଭୟ ଚ୍ୟାନେଲ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଗାଇଡ ଲାଇନ ଉଲଂଘନ କରି ଟିଭିରେ ଆପତି ଜନକ ଦୃଶ୍ୟ ଦେଖାଇ ଥିବାରୁ ଏଭଳି ପଦକ୍ଷେପ ନେଇଛି ପ୍ରସାରଣ ମନ୍ତ୍ରଣାଳୟ । ଆସାମ ଚ୍ୟାନେଲ ଜଣେ ନାବାଳକର ପରିଚୟକୁ ଗୋପନ ରଖିଥିଲା । ପରେ ଅନ୍ୟ ଏକ ଖବରରେ ନାବାଳକର ରକ୍ତାକ୍ତ ଛବି ପ୍ରସାରଣ କରିବାରୁ ଚ୍ୟାନେଲ ବିରୋଧରେ ଅଭିଯୋଗ ହୋଇଥିଲା । ପ୍ରସାରଣ ସଂପର୍କିତ ଗାଇଡ ଲାଇନ ନିୟମ ଉଲଂଘନ କରିଥିବା ଅଭିଯୋଗ ଆଧାରରେ ଚ୍ୟାନେଲ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More