ଇଂଲଣ୍ଡର ଦ୍ୱିତୀୟ ଇନିଂସ: ୨୩୬ରେ ଅଲଆଉଟ

0

ମୋହାଲିରେ ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ ମ୍ୟାଚର ୪ର୍ଥ ଦିନର ଖେଳରେ ଇଂଲଣ୍ଡ ୨୩୬ରନରେ ସମସ୍ତ ଉଇକେଟ ହରାଇଛି । ଭାରତ ଆଗରେ ୧୦୩ରନର ବିଜୟ ଲକ୍ଷ୍ୟ ରହିଛି । ଇଂଲଣ୍ଡ ୨୭ ରନରେ ପ୍ରଥମ ୱିକେଟ୍ ହରାଇଥିଲା । ପ୍ରଥମେ ଆଉଟ ହୋଇଥିଲେ ଆଲିଷ୍ଟର କୁକ୍ । ଦ୍ୱିତୀୟ ଉଇକେଟ ଯାଇଥିଲା ୩୯ରନରେ ଆଉ ଆଉଟ ହୋଇଥିଲେ ମୋଇନ ଅଲ୍ଲୀ । ସେହିପରି ୭୦ରନରେ ୩ୟ ଉଇକେଟ ଯାଇଥିଲା । ଏଥିରେ ଆଉଟ୍ ହୋଇଥିଲେ ଜନି ବେୟରଷ୍ଟ୍ରୋ । ପରେ ୭୮ ରନରେ ଇଂଲଣ୍ଡ ତା’ର ୪ର୍ଥ ଉଇକେଟ ହରାଇଥିଲା ବେନ୍ ଷ୍ଟ୍ରୋକ୍ସଙ୍କୁ । ୫ମ ୱିକେଟ ଯାଇଥିଲା ଗାରେଥ୍ ବଟିଙ୍କର ୭୮ରନରେ । ୬ଷ୍ଠ ୱିକେଟ ଯାଇଥିଲା ଜନ୍ସ ବଟଲର ସେତେବଳକୁ ଇଂଲଣ୍ଡର ସ୍କୋର ହୋଇଥିଲା ୧୦୭ରନ୍ । ୭ମ ୱିକେଟରେ ଜୋ ରୋଟ୍ ଆଉଟ୍ ହେବା ବେଳକୁ ଇଂଲଣ୍ଡ କରିଥିଲା ୧୫୨ରନ୍ । ୮ମ ୱିକେଟ ଯିବା ବେଳକୁ ଇଂଲଣ୍ଡ କରିଥିଲା ୧୯୫ରନ୍ । ସେହିପରି ୯ମ ୱିକେଟ ଯାଇଥିଲା ଆଦିଲ୍ ସାହିଦଙ୍କର । ଖବର ଲେଖାଯିବା ବେଳକୁ ଭାରତ ତା’ର ୪ର୍ଥ ପାଳି ଖେଳ ଆରମ୍ଭ କରି ୭ରନରେ ଗୋଟିଏ ୱିକେଟ୍ ହରାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More